oom

ନୃସିଂହନାଥ ୫ଟି କାମରେ ଅନିମୟତା ଅଭିଯୋଗ : ଯୁବନେତା ପ୍ରୀତେଶ ବହିଦାର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ୫ଟି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନବୀକରଣ କରାଯାଇଥିବାର ବାସ୍ତବ ଚିତ୍ର ଏବେ ପଦାରେ ପଡିଛି । ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି କାମ ଚାଲିଥିଲା ତାହାର ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ । ବିଜେପି ଯୁବନେତା ପ୍ରୀତେଶ ବହିଦାର ଓ ରୋଶନ ପାଣିଗ୍ରାହୀ, ପିଣ୍ଟୁ ଭୋଇ ପ୍ରମୁଖ ନୃସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ଯେ, ନୃସିଂହନାଥ ପୀଠର ଉନ୍ନତି ଓ ନବିକରଣ ନାମରେ ସରକାରୀ ଅର୍ଥ ହରିଲୁଟ୍‌ ହୋଇ ନିମ୍ନ ମାନର କାମ ହୋଇଛି । ମନ୍ଦିରର ଯାତ୍ରୀ ବିଶ୍ରାମ ଗୃହକୁ ଭାଙ୍ଗି ୫ଟି ନାମରେ ନୂତନ ଯାତ୍ରୀ ପ୍ରତିକ୍ଷାଳୟ, ଅଫିସ ଗୃହ ଇତ୍ୟାଦି ତିଆରି ହୋଇଛି ହେଲେ ତାହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ପାଣି ଗଲୁଛି । ସାମାନ୍ୟ ବର୍ଷା ଯୋଗୁଁ ଛାତରୁ ପାଣି ଗଲୁଛି ଯାହା ଅତ୍ୟନ୍ତ ଦୁଃଖଦ ଘଟଣା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସହ ଉକ୍ତ ନିମ୍ନ ମାନର କାମ ବିଷୟରେ କଥା ହୋଇ ଫେରିଛନ୍ତି । ନିମ୍ନ ମାନର କାମ ବିଷୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଜଣାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇବା ପାଇଁ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ବରଗଡ଼ ଜିଲ୍ଲାର ନୃସିଂହନାଥ ପୀଠ ଠାରେ ୫ଟି ଯୋଜନା ଦ୍ୱାରା ୪୦ କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଅଫିସ, ଯାତ୍ରୀ ନିବାସ, ପର୍ଯ୍ୟଟକ ବିଶ୍ରାମାଳୟ, ମାର୍ଯାରକେଶରୀ ବିଚାରଳୟ, ସୂଚନା କେନ୍ଦ୍ର ପ୍ରଭୃତି ନୂଆ ତିଆରି ହୋଇଥିବା ଛାତରୁ ପାଣି ଗଳୁଛି । ଗତ ଫେବୃଆରୀ ମାସରେ ତରବରିଆ ଭାବରେ ଉଦ୍‌ଘାଟନ କରାଯାଇଥିବା ଏହି ୫ଟି ବିଲଡିଙ୍ଗ ଛାତରୁ ପାଣି ଗଲି ତଳେ ଥପଥପ ହୋଇ ପଡୁଛି ଫଳରେ ଅଫିସ ହେଉକି ଯାତ୍ରୀ କାହାରି କାମରେ ଲାଗୁନାହିଁ । ଲୋକଙ୍କ ସୁବିଧା ସୁଯୋଗ ପାଇଁ ତତ୍କାଳୀନ ସରକାର ଫାଇଭଟି ଯୋଜନାରେ ୪୦ କୋଟି ଖର୍ଚ୍ଚ କରିଛନ୍ତି । ସ୍ଥାନୀୟ ଜନସାଧାରଣ ତଥା ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନ ଉକ୍ତ ୫ଟି ଯୋଜନାର କାମକୁ ଦେଖି ତଦନ୍ତ ପାଇଁ ଦାବି କରୁଛନ୍ତି । ପାଇକମାଲ ଓ ପଦ୍ମପୁରର ସଚେତନ ନାଗରିକ ମହଲରେ ଉକ୍ତ ନୃସିଂହନାଥର ଫାଇଲଟି କାମକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ଗୁରୁତ୍ୱ ଦେଇ ତଦନ୍ତ କରିବାକୁ ଜନସାଧାରଣରେ ଦାବି ଉଠିଛି ଯାହାକୁ ନେଇ ଯୁବନେତା ପ୍ରୀତେଶ ବହିଦାର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ତଦନ୍ତ କରିବାକୁ ଦାବି ଜଣାଇବେ ବୋଲି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.