ଖର୍ଡା ଗାଁର ଶ୍ରୀରାମ ଅଭିନେତା ଇନ୍ଦ୍ରମଣି ସାହୁଙ୍କ ପରଲୋକ

ତୁଷୁରା, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଳକ ଖର୍ଡ଼ା ଗାଁର ଇନ୍ଦ୍ରମଣି ସାହୁ(୯୦)ଙ୍କ ଶୁକ୍ରବାର ଦିନ ସକା‌ଳ ୫ଟାରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । କିଛି ଦିନ ହେଲା ସ୍ବାସ୍ଥ୍ୟଗତ କାରଣରୁ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ଶୁକ୍ରବାର ସକାଳେ ନିଜ ଗାଁରେ ମୃତଦେହ ପହଞ୍ଚିବାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ବର୍ଗତ ସାହୁ ଖର୍ଡା ଗାଁର ରାମଲୀଳାରେ ଦୀର୍ଘ ୩୫ ବର୍ଷ ଧରି ଶ୍ରୀରାମ ଭୂମିକାରେ ଅଭିନୟ କରିବା ସହ ଶ୍ରୀରାମଲୀଳା ପୁରାଣ ଗାୟକ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ୩ ପୁଅ ଗୋକୁଳ, ନକୁଳ, ଆକୁଳଙ୍କ ସହ ପୁତ୍ରବଧୁ, ୪ ଝିଅ- ଜ୍ବାଇଁ, ନାତି ନାତୁଣୀ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଖର୍ଡ଼ା ସୋନଗଡ଼ ନଦୀକୂଳରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ଜୈଷ୍ଠ ପୁଅ ଗୋକୁଳ ମୁଖାଗ୍ନୀ ଦେଇଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଖର୍ଡ଼ା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.