csstore

ଯୁବ କଳାକାରଙ୍କ ଅକାଳ ବିୟୋଗରେ ଶୋକରଛାୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ଅଜୟ କୁମାର ପଲେଇ(୪୮)ଙ୍କ ଶାରୀରିକ ଅସୁସ୍ଥତା ହେତୁ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କର ଏହି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ପିଲା ଦିନରୁ ରାମଲୀଳାରେ ହନୁମାନ ଭୂମିକାରେ ଅଭିନୟ କରି ଚମତ୍କାର କଳା ପଦର୍ଶନ ହେତୁ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ସେ ଜଣେ ଦକ୍ଷ କଳାକାର, ସାହସୀ, ସଂଗଠକ, ପରପୋକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ବହୁ ମାନ୍ୟଗନ ବ୍ୟକ୍ତି ବିଶେଷ, ବନ୍ଧୁ ବାନ୍ଧବ, କଳାକାର ସାଥି ଗଣ ତାଙ୍କ ଘୋରଡ଼ିଆ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ତାଙ୍କ ମର ଶରୀରକୁ ବିଶାଳ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରି, ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ କରାଯାଇଥିଲା ।

jayashree
Leave A Reply

Your email address will not be published.