ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ କଂହେଇବୀରା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନୂଆଁଗଡ଼ ଲକ୍ଷ୍ମୀନାରାୟଣ ସରକାରୀ ବିଦ୍ୟାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ବିଦ୍ୟାଳୟର ୯୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ କେଦାର ସାହୁ, ନିମାଇଁ ଚରଣ ପତି, ନୂଆଁଗଡ଼ ଲକ୍ଷ୍ମୀନାରାୟଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆ ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ବିଷୟରେ ବିଶେଷ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜଣକଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାସ ଓ ଆଜୀବନ ସଦସ୍ୟ ଦୟାନିଧି ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଗଜାନନ ବେହେରା, ଆନନ୍ଦ ସାହୁ, ଜୁଳି ସରାଫ, ଗିରିଧାରୀ ଯୋଶୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.