oom

ସେଞ୍ଚୁରିଅନ୍‌ ବିଶ୍ୱ ବିଦ୍ୟାଳୟ ଓ ଯୁଗ୍ମ ଆଞ୍ଚଳିକ ଅନୁଷ୍ଠାନ ଦକ୍ଷତା ବିକାଶ, ପୁନର୍ବାସ, ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ମଧ୍ୟରେ ବୁଝାମଣା ପତ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ୍‌ ବିଶ୍ୱ ବିଦ୍ୟାଳୟ ଓ ଯୁଗ୍ମ ଆଞ୍ଚଳିକ ଅନୁଷ୍ଠାନ ଦକ୍ଷତା ବିକାଶ, ପୁନର୍ବାସ ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ମଧ୍ୟରେ ବୁଝାମଣା ପତ୍ର ବା ( ଏମ୍‌. ଓ. ୟୁ ) ସ୍ଵାକ୍ଷରିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ, (ସି. ୟୁ. ଟି. ଏମ୍‌) ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡ. ନିଳୟ ମହାନ୍ତି, ସେଞ୍ଚୁରିଅନ୍‌ ବିଦ୍ୟାଳୟର ଉପାଧ୍ୟକ୍ଷା ଡ. ପୁଣ୍ୟତୋୟା ବିଶ୍ଵାଳ, ସି. ଏଚ୍‌. ଏସ୍‌. ଇ. (ବିଜ୍ଞାନ) ବିଭାଗର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଏବଂ ଯୁଗ୍ମ ଆଞ୍ଚଳିକ ଦକ୍ଷତା ବିକାଶ, ପୁନର୍ବାସ, ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁଷ୍ଠାନର ଗୁରୁବକ୍ସ ଯୋଗାଟା (ନିର୍ଦ୍ଦେଶକ ସି. ଆର୍‌. ସି) ବଲାଙ୍ଗିରର ଦୀପକ ନାୟକ ପ୍ରଶାସନିକ ଅଧିକାରୀ (ସି. ଆର୍‌. ସି), ଅଧ୍ୟାପିକା ଶ୍ରୀମତୀ ଶୁଭସ୍ମିତା ସାହୁ ଚକ୍ସକ୍ଟଗ୍ଦଗ୍ଧଷରଗ୍ଧସଗ୍ଦଗ୍ଧ ବଦ୍ଭୟ କ୍ଟକ୍ସଗ୍ଧଷରଗ୍ଦସଗ୍ଦଗ୍ଧ ବିଭାଗ (ସି. ଆର୍‌. ସି) ବଲାଙ୍ଗିରରେ ଉପସ୍ଥିତ ଥିଲେ । ଏହି ବୁଝାମଣା ପତ୍ର ସ୍ଵାକ୍ଷର କରିବାର ଉଦ୍ଦେଶ୍ୟ ଗୁଡିକ ହେଲା
୧- ଯୁଗ୍ମ ଗବେଷଣା ଓ ପ୍ରକାଶନ
୨- କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ବିକଳ୍ପ ଉପାୟର ବିକାଶ
୩- ସ୍ୱଳ୍ପ ବ୍ୟୟରେ କ୍ଟ୍ରକ୍ସକ୍ଟଗ୍ଦଗ୍ଧଷରଗ୍ଧସମ ଓ କ୍ଟକ୍ସଗ୍ଧଷରଗ୍ଧସମ ବିଭାଗର ବିଭିନ୍ନ ସାମଗ୍ରୀର ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ।
୪- ଗୋଷ୍ଠୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ସହଭାଗିତା
ବାସ୍ତବରେ ଅନୁଷ୍ଠାନର ଏଭଳି ପ୍ରୟାସ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଯାହା ପ୍ରଶଂସନୀୟ ଓ ଅନୁକରଣୀୟ ଅଟେ ।

jittmm
Leave A Reply

Your email address will not be published.