ପୁଇଁତଲା ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରଥମ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୁଇଁନ୍ତଲା ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗୌରବ ଶିୱାବା ଇସଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଦ୍ୟାନଦେଓଙ୍କୁ ସମୁଦାୟ ୭୯ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୫୧ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୨୮ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରି ୩୫ଟି ମାମଲାର ଶୁଣାଣିର ତୁରନ୍ତ ସମାଧାନ କରିଥିଲେ ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡ୍‌କ୍ରସ୍‌ ସହାୟତା ଦିଆଯାଇ ନାହିଁ । ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଗୋଷ୍ଠୀ ଉନୟନ ଅଧିକାରୀ ଅମରେନ୍ଦ୍ର ସ୍ଵାଇଁ, ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ) ଦୀପକ ବାରା, ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ, ଆସିଷ୍ଟାଣ୍ଟ କଲେକ୍ଟର (ଜରୁରୀକାଳୀନ ଶାଖା) ସସ୍ମୀତା ପ୍ରଧାନ, ସ୍ନିଗ୍ଧାରାଣୀ ତ୍ରିପାଠୀ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.