ସଦାଇପାଲି ଓଁକାରେଶ୍ୱର ମହାଦେବ ମନ୍ଦିରରେ ଜଳାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ଓ ଆଖପାଖ ଗ୍ରାମର ଦୁଇଶତ ଶ୍ରଦ୍ଧାଳୁ ଗତ ଏପ୍ରିଲ ମାସରେ ପ୍ରୟାଗରାଜ, ଚିତ୍ରକୁଟ ଓ ବାରାଣାସୀ ଆଦି ତୀର୍ଥ କ୍ଷେତ୍ରକୁ ଯାଇ ତ୍ରିବେଣୀ ସଂଗମରୁ ସମସ୍ତେ ପବିତ୍ର ଗଙ୍ଗା ଜଳ ଆଣି ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ମନସ୍ତ କରିଥିଲେ । ତଦ୍‌ଅନୁଯ୍ରାୀ ଆଜି ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ଓଁକାରେଶ୍ୱର ମହାଦେବ ମନ୍ଦିରରେ ସେହି ଗଙ୍ଗା ଜଳରେ ନିଜେ ନିଜେ ଜଳ ଅର୍ପଣ କରି ଜଳାଭିଷେକ କରିଥିଲେ ଓ ସମସ୍ତଙ୍କ ପାଇଁ ଅନ୍ନଛତ୍ର ଖୋଲି ପ୍ରସାଦ ବଣ୍ଟନର ବ୍ୟବସ୍ଥା କରିଥିଲେ । ଏଥିରେ ପଣ୍ଡିତ ମହାବୀର ବେଦବାକ ପୂଜା କରିଥିବା ବେଳେ ଡା. ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସହଧର୍ମିଣୀ ମନୋରମା ମିଶ୍ର କର୍ତ୍ତାକର୍ତ୍ତି ଦାୟିତ୍ୱ ତୁଳାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଲୋଚନା ମିଶ୍ର, ଦେବକୀ ସାଏ, ଉର୍ବଶୀ ନାଏକ, ସୁରଭା ସାଏ, ଧାଇଁ ଭୋଇ, ସ୍ୱର୍ଣ୍ଣପ୍ରଭା ନାଏକ, ପଦ୍ମିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କେବଳ ଗଙ୍ଗା ଜଳରେ ଜଳାଷେକ କରିବା ଜାଣି ଆଖପାଖ ଗ୍ରାମର ଶତାଧିକ ମହିଳା ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥିଲେ ।

Leave A Reply

Your email address will not be published.