ଟ୍ରାଫିକ ସମସ୍ୟା ଘେରରେ ପାଇକମାଲ : ପୋଲିସ ନିଷ୍କ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରାବଣ ମାସର ତୃତୀୟ ସେମାବାର ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠକୁ ଭକ୍ତ ପାଣି ତାଳିବା ପାଇଁ ଆସୁଥିବାରୁ ପାଇକମାଲ ବର୍ତ୍ତମାନ ଟ୍ରାଫିକ ସମସ୍ୟା ଘେରରେ ରହିଯାଇଛି । ଫଳରେ ପାଇକମାଲ ସହର ସଡକପଡା ଠାରୁ ନୃସିଂହନାଥ ରାସ୍ତା ପଦ୍ମପୁର ନୁଆଁପଡା ରାସ୍ତା ମୁଖ୍ୟଛକ ପାଖରେ ସଂକୀର୍ଣ୍ଣ ହୋଇ ଥିବାରୁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି । ଆଜି ସୋମବାର ସକାଳୁ ପାଇକମାଲ ମୁଖ୍ୟଛକରେ ବୋଲ୍‌ବମ୍‌ ଭକ୍ତ ମାନଙ୍କ ଭିଡ ଯୋଗୁଁ ବହୁମାତ୍ରାରେ ସମସ୍ୟା ଦେଖା ଦେଇଛି । ମୁଖ୍ୟଛକର ପ୍ରବଳ ଭିଡ଼ ଯୋଗୁଁ ଗାଡି ମାନଙ୍କ ଲମ୍ବା ଲାଇନ ଲାଗି ରହିଥିଲା । ପୋଲିସର ନିଷ୍ମିୟ ମନୋଭାବ ଯୋଗୁଁ ମୁଖ୍ୟଛକର ଟ୍ରାଫିକ ପରିଚାଳନା କରିବା ପାଇଁ କୌଣସି ପୁଲିସ କର୍ମଚାରୀ ଦେଖିବାକୁ ମିଳିନଥିଲା । ଏପରି ସ୍ଥିତିରେ ଲୋକମାନଙ୍କ ଜୀବନକୁ ବିପଦ ମୁଖରେ ଠେଲି ଦେବା ଓ ପୋଲିସ ପ୍ରଶାସନ ଚୁପ୍‌ ରହିବା ଅତ୍ୟନ୍ତ ଚିନ୍ତା ଜନକ ଥିଲା । ବିଜୁ ଏକ୍ସପ୍ରେସ୍‌ୱେର ପାଇକମାଲ ମୁଖ୍ୟଛକରେ ପାଖପାଖି ଦୋକାନ ବଜାର ଲାଗି ରହିଥିବା ଯୋଗୁଁ ଏହି ସମସ୍ୟା ଆହୁରି ଭୟଙ୍କର ଦେଖା ଯାଇଥିଲା । ଅନ୍ୟ ପକ୍ଷରେ ରାସ୍ତାର ଉଭୟ ପାଶ୍ୱର୍ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଚୁଡାନ୍ତ ହୋଇ ସାରିଥିଲେ ମଧ୍ୟ ପ୍ରଶାସନର ଟାଳଟୁଳ ନୀତି ପାଇଁ ପଦକ୍ଷେପ ନିଆଯାଉ ପାରିନାହିଁ । ପ୍ରଶାସନ ଏପରି ସ୍ଥିତିରେ ଚୁପ ରହିବା ଯୋଗୁଁ ପାଇକମାଲ ସହର ଅପରାଧି ମାନଙ୍କ ଚରାଭୂଇଁ ପାଳଟିବା ସହିତ କୋରେକ୍ସ ମାଫିଆ ମାନଙ୍କ ଆଡ୍ଡାସ୍ଥଳୀ ପାଳଟିଛି । ପ୍ରୟାତଃ ସହରର ଅନେକ ସ୍ଥାନରେ କୋରେସ୍ସ ଅବାଧରେ ବିକ୍ରି ଚାଳିଛି । ଏହି ସବୁ ଦୃଷ୍ଟିରୁ ପାଇକମାଲ ସହରର ସମସ୍ୟାକୁ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.