ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ସର୍ଭିକଲ୍‌ କ୍ୟାନ୍ସର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ବିଶ୍ୱରେ ସର୍ଭିକାଲ୍‌ କ୍ୟାନ୍‌ସର୍‌ ରୋଗର ସଂକ୍ରମଣ ବଢ଼ି ଚାଲିଛି । ଉପଯୁକ୍ତ ସଚେତନତା ଅଭାବରୁ ଅଧିକରୁ ଅଧିକ ମହିଳା ଏଥିରେ ସଂକ୍ରମିତ ହେଉଛନ୍ତି । ସେଥିପାଇଁ ଏଇ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସେଞ୍ଚୁରିଅନ୍‌ ବିଦ୍ୟାଳୟର କତ୍ତୃପକ୍ଷ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ବା ଆଲୋଚନା ଚକ୍ରର ଆୟୋଜନ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ତୃତୀୟ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ମାନଙ୍କର ମା’ ମାନେ ସମ୍ମିଳିତ ହୋଇଥିଲେ । କାର୍ଯ୍ୟକ୍ରମଟି ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଶ୍ରୀ ପଣ୍ଡା ପରିଚାଳନା କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷା ଡ. ପୂଣ୍ୟତୋୟା ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ନର୍ସିଙ୍ଗ ବିଭାଗର ମୁଖ୍ୟ ଶ୍ରୀମତୀ ପ୍ରତିମା ମିଶ୍ର ମଧ୍ୟ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ମାର୍ଗଦର୍ଶନ କରିଥିଲେ । ଆଲୋଚନା ଚକ୍ରରେ ଷରବକ୍ଷଗ୍ଧଷ, ଷଚ୍ଚଶସଦ୍ଭର ବଦ୍ଭୟ ଗ୍ଦବଦ୍ଭସଗ୍ଧବଗ୍ଧସକ୍ଟଦ୍ଭ ପରି ପ୍ରସଙ୍ଗ ଉପରେ ଅଧିକ ପ୍ରାଧାନ୍ୟତା ଦେବା ପାଇଁ ଛାତ୍ରୀ ମାନଙ୍କର ମା’ ମାନଙ୍କୁ ଅନୁରୋଧ କରାଯାଇଥିଲା । ସର୍ଭିକାଲ କ୍ୟାନ୍‌ସର୍‌ ରୋଗରେ କାରଣ, ନିରାକରଣ ଓ ଉପଚାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ସର୍ଭିକାଲ୍‌ କ୍ୟାନ୍ସର ରୋଗର ନିରାକରଣ ପାଇଁ (ଏଚ୍‌. ପି. ଭି) ଭ୍ୟାକ୍‌ସିନ୍‌ର ଉପାଦେୟତା ଓ ବ୍ୟବହାର ସମ୍ପରରେ ମଧ୍ୟ ମା’ ମାନଙ୍କୁ ଅବଗତ କରାଯାଇଥିଲା । ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଅଭିଭାବକ ଓ ଅଭିଭାବିକା ମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ବାସ୍ତବରେ ଅନୁଷ୍ଠାନର ଏପରି ପ୍ରୟାସ ପ୍ରସଂଶନୀୟ ଅଟେ ।

Leave A Reply

Your email address will not be published.