ବଲାଙ୍ଗିର ଡିସିବି ବ୍ୟାଙ୍କ୍‌ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶରୀରର ନୀରୋଗ ଅବସ୍ଥାକୁ ହିଁ ସ୍ୱାସ୍ଥ୍ୟ କୁହାଯାଏ । କେବଳ ଦେହର ସ୍ୱାସ୍ଥ୍ୟ ଭଲ ରହିଲେ ଯଥେଷ୍ଟ ହେଲା ନାହିଁ ; ମନ ମଧ୍ୟ ସୁସୁ ରହିବା ଦରକାର । ପ୍ରତ୍ୟେକ ଲୋକ ଉତ୍ତମ ସ୍ୱାସ୍ଥ୍ୟ ଦରକାର କରନ୍ତି । କାରଣ ସ୍ୱାସ୍ଥ୍ୟ ନଥିଲେ ଆମେ କୌଣସି କାର୍ଯ୍ୟ କରିପାରିବା ନାହିଁ । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଡିସିବି ବ୍ୟାଙ୍କ୍ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଡା. ଶୈଳେଶ ମିଶ୍ର ଏବଂ ସ୍ୱରାଜ ହସ୍ପିଟାଲ ଟିମ୍ ଉପସ୍ଥିତ ରହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ଶତାଧିକ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉଚ୍ଚ ରକ୍ତଚାପ, ମଧୁମେହ, କିଡ୍‌ନୀ ସୁରକ୍ଷା ଉପରେ ଏକ ସଚେତନତା ଆଲୋଚନା ହୋଇଥିଲା । ଶିବିର ସମୟରେ ଉଚ୍ଚ ରକ୍ତଚାପର କେତେକ ନୂତନ ରୋଗ ଚିହ୍ନଟ ହୋଇଥିଲା ଏବଂ ଦୁଇଟି ନୂତନ ମଧୁମେହ ରୋଗୀ ଚିହ୍ନଟ ହୋଇଥିଲା । ଡାକ୍ତର ମିଶ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତି ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ ଯାହା ଦ୍ଵାରା ସେମାନେ ବଂଶାନୁକ୍ରମିକ ତଥା ଜୀବନଶ ଶୈଳୀ ରୋଗ ଆରମ୍ଭ ନହେବା ପାଇଁ ସତର୍କତା ଅବଲମ୍ବନ କରିପାରିବେ । ପ୍ରାଥମିକ ସ୍କ୍ରିନିଂ ଏବଂ ସାଧାରଣ ରୋଗର ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଡିସିବି ବ୍ୟାଙ୍କ୍ ଶାଖା ପରିଚାଳକ ସୁଦୀପ୍ତ ସାହୁ, ବୀମା ଅଧିକାରୀ ରାହୁଲ ପାତ୍ର ଏବଂ ବ୍ୟାଙ୍କ୍ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.