କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କୁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ଚିଠି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗୋଟିଏ ବଡ ଉପଖଣ୍ଡ ହୋଇଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ, ଗମନା ଗମନ ଇତ୍ୟାଦି ସବୁ କ୍ଷେତ୍ରରେ ଅନୁନ୍ନତ ଅଟେ । ଏହି ଅଂଚଳ ଶିକ୍ଷା କ୍ଷେତ୍ରରେ ବେଶ ପଛୁଆ । ଏଠାରେ ଭଲ ଉନ୍ନତ ମାନର ଶିକ୍ଷାନୁଷ୍ଠାନ ନାହିଁ । ଫଳରେ ଏଠାକାର ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ପାଇବାରୁ ବଂଚିତ । ଏହି ବିଷୟ ହୃଦୟଙ୍ଗମ କରି ଆପଣ ଥରେ ଏହି ଅଂଚଳକୁ ଆସିଥିବା ସମୟରେ ଏଠାରେ ଏକ କେନ୍ଦ୍ରିୟ ବିଦ୍ୟାଳୟ ସ୍ଥାପନ ହେବା କଥା ବୋଲି କହିଥିଲେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ହେଲେ ଓଡିଶା ସମେତ ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଝାରବନ୍ଧ, ପାଇକମାଲ, ଗାଇସିଲେଟ, ବିଜେପୁର ସମେତ ଛତିଶଗଡର ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ ଓ ଅଂଚଳ ଶିକ୍ଷାରେ ଉନ୍ନତି କରିବ । ତେଣୁ ପଦ୍ମପୁରରେ କେନ୍ଦ୍ରିୟ ବିଦ୍ୟାଳୟ ସ୍ଥାପନାର ବହୁତ ଆବଶ୍ୟକ‌ତା ନିମନ୍ତେ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଯୁବଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଦେଇଥିଲେ ।

Leave A Reply

Your email address will not be published.