ରୋଟାରୀ ଏଲିଟ୍‌ ଦ୍ୱାରା ଗ୍ରୀନ୍‌ ଡ୍ରିମ୍‌ : ମା’ଙ୍କ ନାଁରେ ଗୋଟିଏ ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ଫେବୃଆରୀ ଦିନ ସ୍ଥାନୀୟ ଏକାଡେମିକ ହାଇଟ୍ସ ବିଦ୍ୟାଳୟଠାରେ ରୋଟାରୀ ଏଲିଟ ତରଫରୁ ଗ୍ରୀନ୍‌ ଡ୍ରିମ୍‌ ‘ମା’ଙ୍କ ନାଁରେ ଗୋଟିଏ ଗଛ’ ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଫରେଷ୍ଟ ରେଞ୍ଜ ଅଫିସର ନବୀନ କୁମାର ପଣ୍ଡା, ଏ.ସି.ଏଫ. ମାନସ ରଞ୍ଜନ ବେହେରା ଓ ଆଶୁତୋଷ ବେହେରାମାଳୀ ଯୋଗଦେଇ ରୋଟାରୀ ଏଲିଟର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହିଦିନ ପ୍ରାୟ ୧୫୦ଟି ବିଭିନ୍ନ କିସ୍‌ମର୍‌ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଲିଟ୍‌ ସଭାପତି ଅର୍ଚ୍ଚନା ଶତପଥି, ସମ୍ପାଦିକା ବବିତା ପାଢ଼ୀ ଓ ଏଲିଟର ସମସ୍ତ ସଭ୍ୟ ସଭ୍ୟା ଗ୍ରୀନ୍‌ ଡ୍ରିମ୍‌ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଆସନ୍ତା ଅଗଷ୍ଟ ୧୫ ଦିନ ବିଭିନ୍ନ କିସମର ଚାରା ରୋଟାରୀ ଏଲିଟ୍‌ ତରଫରୁ ବଣ୍ଟନ କରାହେବ ବୋଲି ସଭାପତି ଶ୍ରୀମତୀ ଶତପଥି କହିଥିଲେ ।

Leave A Reply

Your email address will not be published.