ବସ୍ – କାର୍‌ ମୁହାଁମୁହିଁ ଧକ୍କା : ୭ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଟାୱା ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ରାଏ ବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ୍‌ ଡେକର ବସ୍ ଏକ କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍‌ରେ ୬୦ଜଣ ଲୋକ ଥିଲେ । ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦-୨୫ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାର୍‌ରେ ଯାତ୍ରା କରୁଥିବା ତିନି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ମୋଟ୍‌ ୭ ଜଣଙ୍କର ମୃତ୍ୟୁ ହୋଇଛି । ପରେ ଖବର ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.