ରାଜ୍ୟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ୨୧ତମ ତ୍ରିୟବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖାର ୨୧ତମ ତ୍ରିୟବାର୍ଷିକ ସାଧାରଣ ସଭା, ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ତଥା ଅବସରପ୍ରାପ୍ତ ସଭ୍ୟ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ସଂଘର ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଗଲା । ସର୍ବସମ୍ମତି କ୍ରମେ ପ୍ରଦୀପ କୁମାର ମିଶ୍ର ସଭାପତି, ସଂଯୁକ୍ତା ମହାନ୍ତି ଓ ଶଙ୍କର ମେହେର ଉପସଭାପତି, ସତ୍ୟଜିତ ଛତ୍ରିଆ ସଂପାଦକ, ସୂର୍ଯ୍ୟକାନ୍ତ ସାହୁ ଅର୍ଥ ସଂପାଦକ, ରାଜ କୁମାର ଦୀପ ସଂଗଠନ ସଂପାଦକ ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହେଲେ । ଉପଦେଷ୍ଟା ମଣ୍ଡଳୀରେ ଅଜୟ ପତ୍ରୀ, ଗୁଣନିଧି ମିଶ୍ର, ଗଦି ସୁନା, ମନୋରଂଜନ ନନ୍ଦ, ବିଷ୍ଣୁ ପ୍ରସାଦ ଜେନା ମନୋନିତ ହେଲେ । ସମସ୍ତ କର୍ମକର୍ତ୍ତା ଆଗାମୀ ତିନି ବର୍ଷ ପାଇଁ ସଂଘୀୟ ମନୋଭାବ ନେଇ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କଲେ ।

Leave A Reply

Your email address will not be published.