csstore

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ପ୍ରଦାନ ସକାଶେ ଏକ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଛାତ୍ରଛାତ୍ରୀ ମାନେ ଉତ୍ତମ ଚରିତ୍ର ନିର୍ମାଣ ସଙ୍ଗେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ପରିଚୟ ଦେବା ସହିତ ନିଜ ନିଜର ଅନୁଭୁତି ବଖାଣି ଥିଲେ । ମଂଚାସୀନ ଅତିଥି ପ୍ରାଧ୍ୟାପକ ଗୋବିନ୍ଦ ମେହେର, ଧୋବାଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା, ଅଧ୍ୟାପିକା ଶୁଭଶ୍ରୀ ସାହୁ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଶାନ୍ତ କୁମାର ଥନାପତି ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ, କର୍ତ୍ତବ୍ୟ ପରାୟଣ, ସମୟାନୁବର୍ତ୍ତୀ ଏବଂ ଆଦର୍ଶବାନ ହେବା ପାଇଁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.