ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶ୍ରୀମତୀ ନନ୍ଦିନୀ ମିଶ୍ର ସହକାରୀ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ । ପୂର୍ବତନ ଶିକ୍ଷକ ଟିକେଲାଲ୍ ସାହୁ, ଅତିଥି ଶିକ୍ଷକ ଅକ୍ଷୟ କୁମାର ବେହେରା, ପରିଚାଳନା କମିଟିର ସଭାପତି ଭୁମନ୍ୟୁ ସାହୁ ଉପସ୍ଥିତ ଥିଲେ ଏବଂ ଶ୍ରୀମତୀ ମିଶ୍ରଙ୍କ ଗୁଣଗାନ କରିଥିଲେ । ଶ୍ରୀମତୀ ମିଶ୍ର ଜଣେ ମେଳାପୀ ତଥା ଛାତ୍ର ବତ୍ସଳା ଓ ସୁବକ୍ତା ଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ବିଦାୟ ସଙ୍ଗୀତ ଗାନ କରାଯାଇଥିଲା ଓ ମାନପତ୍ର ସହ ଉପଢୌକନ ଦେଇ ଶ୍ରୀମତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ଚନ୍ଦ୍ରଭାନୁ ବଡଗୁଛିଆ ଓ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.