କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ଖବର ମିଳିଛି । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା ବୋଲି ସ୍ଵଷ୍ଟ ହୋଇଛି । ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ଏବେ ପରିବାର । ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରାଙ୍କ ପତ୍ନୀ ପ୍ରିୟଦର୍ଶୀ ପାଲ୍ ଏବଂ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ନୀ ସ୍ୱୀକୃତି ମହାପାତ୍ର ଏହି ଦୁଇ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେହି ଦୁହିଁଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଦୁଇ ଡ଼ାକ୍ତର ଜଣକ ମାଟି ତଳେ ପୋତି ହୋଇଯାଇଥିବା କୁହାଯାଉଛି । ଏପରିକି ମାଟି ତଳେ ପ୍ରାୟତଃ ୪ ଶହରୁ ଅଧିକ ପରିବାର ଚାପି ହୋଇ ରହିଯାଇଥିବା ଘଟଣାସ୍ଥଳ ସର୍ଭେକାରୀ ଦଳ କହୁଛନ୍ତି । ପ୍ରକାଶ ଥାଉକି, କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ୍‌ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ । ତେବେ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନ ହୋଇଥିଲ । ଯାହା ଫଳରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି । ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି, ବିଷ୍ଣୁଙ୍କ ପରିବାର । ଉଦ୍ଭୟଙ୍କ ମର ଶରୀର ଓଡ଼ିଶା ଅଣାଯାଇ ତାଙ୍କ ଜନ୍ମମାଟିରେ ପହଞ୍ଚାଇବା ନିମନ୍ତେ ସାଧାରଣରେ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.