csstore

ଅନ୍ଵେଷା ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ମାମୁଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଆଦିବାସୀ ପିଲାଙ୍କର ପାଠପଢା ତଥା ଉଜ୍ୱଳ ଭବିଷ୍ୟତ ପାଇଁ ନିର୍ମାଣ କରିଛନ୍ତି ଅନ୍ଵେଷା ଯୋଜନା ଅନ୍ତର୍ଗତ ହଷ୍ଟେଲ । କିନ୍ତୁ ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ ପିଲାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ପଦ୍ମପୁର କଲେଜ ରୋଡ୍‌ ସ୍ଥିତ ଅନ୍ଵେଷା ହଷ୍ଟେଲର ନବମ ଶ୍ରେଣୀର ଛାତ୍ର ପ୍ରିନ୍ସ କୁମ୍ଭାରଙ୍କର ଅସ୍ୱାଭାବିକ ମୃତ୍ୟୁ ବର୍ତ୍ତମାନ ସନ୍ଦେହ ଘେରରେ । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଥାନା ଝାଙ୍କରପାଲି ଗ୍ରାମର ପ୍ରିନ୍ସ(୧୪) ହଷ୍ଟେଲରେ ରହି ପାଠ ପଢୁଥିଲେ । ତେବେ ତାଙ୍କର ହଷ୍ଟେଲରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟଙ୍କ କହିବା ଅନୁସାରେ ପ୍ରିନ୍ସ ରାତି ଖାଇବା ନେଇ ରୁମ୍‌କୁ ଗଲେ ପରେ ଟଏଲେଟ୍‌ ଯାଇଥିବା ବେଳେ ଫେରି ନଥିଲେ । ତେବେ ଅନ୍ୟ କିଛି ଛାତ୍ର ଯାଇ ଦେଖିବା ବେଳେ ଗୋଟିଏ ରଡ଼ରେ ଗାମୁଛା ଦେଇ ପ୍ରିନ୍ସ ଝୁଲୁ ଥିବାର ଦେଖିଥିଲେ । ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ହସ୍ପିଟାଲ ଅଣାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପଛରେ କଣ କାରଣ ଜାଣି ନଥିବା ସୁପ୍ରିଟେଣ୍ଡେଣ୍ଟ କହିଥିବା ବେଳେ, ଆତ୍ମହତ୍ୟା କଣ ଛୁଆଟି ଜାଣି ବି ନଥିଲା ଆମକୁ କେବଳ ହସ୍ପିଟାଲ ଆସ ବୋଲି କୁହାଗଲା କିନ୍ତୁ ହସ୍ପିଟାଲରେ ଭଣଜାଙ୍କୁ ମୃତ ଦେଖିଚୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ମୃତ ପ୍ରିନ୍ସଙ୍କ ମାମୁଁ । ତେବେ ଘଟଣା ବିଷୟରେ ଅଧିକ ତଦନ୍ତ କରୁଛି ପଦ୍ମପୁର ପୋଲିସ ।

jayashree
Leave A Reply

Your email address will not be published.