csstore

୫ ଜଣ ଡକାୟତଙ୍କୁ ଧରିଲା ଦେଓଗାଁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଦେଓଗାଁ ଥାନା ଅଞ୍ଚଳର ଚନ୍ଦନ ରଣା, କାହ୍ନ ସାହୁ, ରୋଶନ ସାହୁ ଏବଂ ସଦର ଥାନା ଅଞ୍ଚଳର ଆଲୋକ ନାଗ ବିନୋଦ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଦୁଇଟି ବାଇକ୍‌, ଦୁଇଟି ଭୁଜାଲି, ତିନୋଟି ମୋବାଇଲ ସହ ନଗଦ ୧୩ ହଜାର ଟଙ୍କା ଜବତ ହୋଇଥିବା ସଦର ଏସ୍‌ଡ଼ିପିଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ ଦେଓଗାଁ ଟିଙ୍କୁ କିରାନା ଷ୍ଟୋରର ସହାୟକ ମଧୁ ବଗର୍ଭି କନ୍ଧକେଲଗାଁର ହୋଟେଲ ମାଲିକ ବିରେନ ପଧାନଙ୍କ ଠାରୁ ଶତଷଠି ହଜାର ଟଙ୍କା ଆଣି ଫେରୁଥିଲେ । ସାତମୁହିଁ ପୁଲି ନିକଟରେ ମୁଖା ପିନ୍ଧା ଦୁର୍ବୃତ୍ତ ଦୟାସାଗରଙ୍କ ଠାରୁ ୬୭ ହଜାର ଲୁଟ୍‌ କରିଥିଲେ ବୋଲି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.