ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବମ ଓ ଦଶମ ଶ୍ରେଣୀର ୬୬ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିଲେ । ବୈଠକରେ ଶିକ୍ଷା ସପ୍ତାହ ପାଳନ, ଶୈକ୍ଷିକ, ପରୀକ୍ଷା ଏବଂ ଅନୁଶାସନ ବିଷୟରେ ପ୍ରଧାନ ଶିକ୍ଷକ ଆଲୋଚନା କରିଥିଲେ । ଅଭିଭାବକଙ୍କ ଦ୍ଵାରା ଗଠନ ମୂଳକ ମତାମତ ପ୍ରଦାନ୍ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.