csstore

ମହୁଲବାହାଲି ରେଳ ଅଣ୍ଡର ବ୍ରିଜ୍‌ରେ ପାଣି : ତୁରେକେଲା-ନୁନହାଡ ପିଡବ୍ଲୁଡିରାସ୍ତା ବାଧାପ୍ରାପ୍ତ

  • ଯାତାୟତ ଅସୁବିଧାରେ ନୂଆପଡା ଓ ଝରଣି ଗ୍ରାମବାସୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାକୁ ସଂଯୋଗ କରୁଥିବା ନୁନହାଡ-ତୁରେକେଲା ଭାୟା-ମହୁଲବାହାଲ ପିଡବ୍ଲୁଡି ରାସ୍ତା ଜୁଲାଇ ମାସର ଝରି ବର୍ଷା ଯୋଗୁଁ ଗମନାଗମନରେ ଘୋର ଅସୁବିଧା ଦେଖାଦେଇଛି । ଗତ ଜୁଲାଇ ୨୦ ତାରିଖରୁ ଜୁଲାଇ ୨୮ ତାରିଖର ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତାଟି ପାଣି ଘେରରେ ରହିଛି । କଣ୍ଟାବାଞ୍ଜି-ରାୟପୁର ରେଳ ସେକ୍ସନ ଅଧିନସ୍ଥ ମହୁଲବାହାଲି ଠାରେ ଥିବା ଏଲ୍‌ସି ଗେଟକୁ ରେଳ ପ୍ରଶାସନ ବନ୍ଦ କରି ଏକ ରେଳ ଅଣ୍ଡର ବ୍ରିଜ୍‌ ନିର୍ମାଣ କରାଯାଇଛି । ଏହି ରେଳ ଅଣ୍ଡର ବ୍ରିଜ୍‌ଟି ନୁନହାଡ-ତୁରେକେଲା ପିଡବ୍ଲୁଡି ରୋଡ୍‌କୁ ସଂଯୋଗ କରିଛି । ମାତ୍ର ଲଗାଣ ବର୍ଷ ହେଲେ ରେଳ ଅଣ୍ଡର ବ୍ରିଜ୍‌ରେ ୫ରୁ ୭ ଫୁଟ୍‌ ପାଣି ଜମା ରହୁଥିବାରୁ ନିକଟସ୍ତ ନୂଆପଡା, ଝରଣି ଗ୍ରାମ ସହିତ ନୁନହାଡ ପିଡବ୍ଲୁଡି ରାସ୍ତା ସଂପୂର୍ଣ୍ଣ ଯାତାୟତ ପାଇଁ ଅସୁବିଧା ଦେଖା ଦେଉଛି । ରେଳ ପ୍ରଶାସନ ଦ୍ୱାରା ନିର୍ମାଣ କରାଯାଉଥିବା ରେଳ ଅଣ୍ଡର ବ୍ରିଜ୍‌ ଗୁଡିକ ବର୍ଷା ଦିନରେ ପାଣି ଜମାଟ ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର ଅନୁରୂପ କୁକୁଡାହାଡ, ଝରଣି, କଣ୍ଟାବାଞ୍ଜି, ଦାବିରୀରେ ନିର୍ମାଣ କରାଯାଇଥିବା ଅଣ୍ଡର ବ୍ରିଜ୍‌ରେ ପାଣି ଜମି ରହୁଥିବାରୁ ରେଳ ପ୍ରଶାସନ ଅନୁରୂପ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ ନୂଆପଡା ଝରଣି ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଥିବା ବେଳେ କଣ୍ଟାବାଞ୍ଜି ରେଳ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ସହକାରୀ ଖଣ୍ଡିୟ ଇଂଜିନିୟର (ଆସିଷ୍ଟାଂଟ ଡିଭିଜିନାଲ ଇଂଜିନିୟର)ଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ନହେବାର ପ୍ରତିକ୍ରିୟା ମିଳିପାରି ନାହିଁ ।

jayashree
Leave A Reply

Your email address will not be published.