lika

ଭାଲୁମୁଣ୍ଡା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଲୁମୁଣ୍ଡା ପଞ୍ଚାୟତ ସରପଞ୍ଚ ରଞ୍ଜିତା ମେହେର ସଭାପତିତ୍ୱ କରି ଥିବା ବେଳେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ସିଡ଼ିପିଓ ମାଧୁରୀ ହୋତା, ଯୋଗାଣ ନିରୀକ୍ଷକ ଦୀପମ୍‌ଜ୍ୟୋତି ବଘାର, ବିପିଏମ୍‌ ବିଜୟ ବେହେରା, ବିପିଏ ଜିତେନ୍ଦ୍ର ରଣା, ଭାଲୁମୁଣ୍ଡା ସହକାରୀ ରାଜସ୍ୱ ନିରୀକ୍ଷକ ରାମ ମୁଣ୍ଡା, ଏବିଇଓ ଅରୁଣ କୁମାର ଯୋଶୀ, ଗ୍ରାମ୍ୟ କୃଷି କର୍ମଚାରୀ ସନ୍ନ୍ୟାସୀ ମେହେର, କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ ସାହୁ, ବିଏସ୍‌ଏସ୍‌ଓ ସଞ୍ଜିତ ସୁନା, ଭାଲୁମୁଣ୍ଡା ସୁପରଭାଇଜର ବିଜୟା ସାହୁ, ସିଆଇ ରିକୁ ସାହୁ, ଭିଏସ୍‌ ବିଜୟ ସାହୁ, ଉଦ୍ୟାନ ବିଭାଗ କ୍ଷେତ୍ର ଅଧିକାରୀ ସୁଶୀଲ ମେହେର, ଏମ୍‌ଏ ସୋୟଲ କଞ୍ଜରର୍ଭେସନ କାହ୍ନୁଚରଣ ମେହେର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଲୋକେ ମୁଖ୍ୟତଃ ଭତ୍ତା, ରାସନକାର୍ଡ, ଘର ପାଇଁ ଆବେଦନ କରିଥିଲେ । ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ । ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇଥିବାରୁ ଲୋକେ ନିଜ ନିଜର ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରଯାଇଥିଲା । ଏଥିରେ ପଞ୍ଚାୟତର ଭାଲୁମୁଣ୍ଡା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ଘିଭେଲା, ଡିଇଓକମ୍‌ ଏକାଉଣ୍ଟାଣ୍ଟ ପ୍ରତାପ ଚନ୍ଦ୍ର ମିଶ୍ର, ସମାଜସେବୀ ବସନ୍ତ ମେହେରଙ୍କ ସହ ପଞ୍ଚାୟତର କର୍ମଚାରୀମାନେ ସହଯୋଗ କରିଥିଲେ ।

baba
Leave A Reply

Your email address will not be published.