ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ସପ୍ତମ ବା ଶେଷ ଦିନରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ରେଣୁଧର ସାହୁ । ବରିଷ୍ଠ ଶିକ୍ଷକ ପ୍ରମୋଦ ନାଥ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଲେଖ୍ରୁ ବାରିକ ନିଜ ନିଜର ମତବ୍ୟକ୍ତ କରିଥିଲେ । ପରିଚାଳନା ସମିତିର ସମସ୍ତ ସଭ୍ୟ, ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଅଭିଭାବିକା ମାନେ ଏହି ସମାରୋହରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଚନ୍ଦ୍ରଭାନୁ ବଡ଼ଗୁଛିଆ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ କାର୍ଯ୍ୟରେ ସୁରେଶ ପଟେଲ ସହଯୋଗ କରିଥିଲେ ।

Leave A Reply

Your email address will not be published.