ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଜଣ ଗିରଫ । ଗଞ୍ଜେଇ ବେପାରରେ ବାଲିଗୁଡାର ଜଣେ ଶିକ୍ଷକ ଓ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ କପଡ଼ା ବ୍ୟାପରୀ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି । ଗୁରୁବାର ଦିନ ବେଲଗାଁ ପଟୁ ଏକ ଧଳା କଲର୍‌ର ପିକ୍‌ଅପ୍‌ ଭ୍ୟାନ୍‌ରେ ଟିଟିଲାଗଡ଼ ଆଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଟିଟିଲାଗଡ଼ ଥାନାର ଏସ୍‌ଆଇ ଦେବାଶିଷ ଶତପଥୀ ଓ ପୋଲିସ ଟିମ୍‌ ଥାନାଧିକାରୀ ଅବନୀ ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ସେହି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ି ଚାଳକ ପ୍ରଭାତ ମୁନି ଏଚ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଞ୍ଜେଇ କେଉଁଠି ରହିଛି କାଢି ଦେଖାଇଥିଲା । ଓଜନ କରିବାରୁ ୨୪୩ କେଜି ୮୯୫ ଗ୍ରାମ ଗଞ୍ଜେଇ ଗାଡ଼ିରୁ ବାହାରିଥିଲା । ସେହିପରି ଅନ୍ୟ ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ କଣ୍ଟାବାଞ୍ଜି ଏସ୍‌ଡିପିଓ, ଥାନାଧିକାରୀ ଆର୍‌. ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ି ଚାଳକ ରାଜୁ ରଣା ସବୁ ଲୁଚେଇ ରଖିଥିବା ଗଞ୍ଜେଇ କାଢି ଦେଖାଇଥିଲା । ସେଠାରୁ ୯୪ କେଜି ଗଞ୍ଜେଇ ଜବତ ହୋଇଥିବା ଏସପି ଋଷିକେଶ ଖିଲାରୀ ସୁଚନା ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଚକିତ ଜିନିଷ ହେଉଛି ଜେ ଏହି ଗଞ୍ଜେଇ ଚୋରା ଚାଲାଣରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବେଲପଡ଼ା ଗ୍ରାମର ଜଣେ କପଡ଼ା ବେପକାରୀ ବୁଧି ମେହେର ଓ ବାଲିଗୁଡା ଅଞ୍ଚଳର ଜଣେ ଶିକ୍ଷକ ପ୍ରଶାନ୍ତ ନାଏକ ଏଥିରେ ସଂଶ୍ଳିଷ୍ଟ ବୋଲି ଜଣାପଡିଛି । ତେବେ ୬ ଜଣ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଗାଡ଼ି ଡ୍ରାଇଭର୍‌ ପ୍ରଭାତ ମୁନି, ମୁଠାବାଲି ଅଞ୍ଚଳର ନୀଳକଣ୍ଠ ମହାନନ୍ଦ, ପୂର୍ଣ୍ଣ ବେସରା, ପ୍ରଶାନ୍ତ ନାଏକ, ଘୋଡ଼ାବାଲି ଅଞ୍ଚଳର ରାଜୁ ରଣା, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବେଲପଡ଼ା ଅଞ୍ଚଳର ବୁଧି ସାଗର ମେହେର । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୁଚନା ଦେଇଛନ୍ତି ଏସ୍‌ପି ଶ୍ରୀ ଖିଲାରୀ ।

jittmm
Leave A Reply

Your email address will not be published.