csstore

ପଦ୍ମପୁର ଟାଉନ୍ କ୍ଲବ ତରଫରୁ କାରଗିଲ ବିଜୟ ଉତ୍ସବ ପାଳିତ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ କ୍ଲବ ପରିସର ମଧ୍ୟରେ କାରଗିଲ ଦିବସ ପାଳନ କରି ୫୨୭ ଜଣ ସଂଗ୍ରାମୀ ସହିଦ ଯବାନ ମାନଙ୍କୁ ମହମବତୀ ଜଲାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପଦ୍ମପୁର ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରୀତେଶ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାରଗିଲ ବିଜୟ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏସ୍‌ଡିପିଓ ବିଭୁତିଭୂଷଣ ଭୋଇ, ମୁଖ୍ୟ ବକ୍ତା ଭାବେ ଡ. ବାଞ୍ଛାନିଧି ପଣ୍ଡା, ସମ୍ମାନିତ ଅତିଥି ଭାବରେ ଟାଉନ୍ କ୍ଲବର ପୂର୍ବତନ ସଭାପତି ଶିରିଶ କୁମାର ବହିଦାର, ପୂର୍ବତନ ସମ୍ପାଦକ ପ୍ରତାପ ମିଶ୍ର, ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦାନ ଦେଇ କାରଗିଲ ସହିଦଙ୍କ ସ୍ମୃତିଚାରଣ କରିଥିଲେ । ଟାଉନ୍ କ୍ଲବ ସମ୍ପାଦକ କୁନାଲ ପାଣିଗ୍ରାହୀ ସମ୍ପାଦନା କରିଥିବା ବେଳେ କ୍ଲବ୍‌ର ଉପସଭାପତି ଅଶୋକ ମିଶ୍ର ସଭା ପରିଚାଳନା କରିଥିଲେ । ଏହି ବିଜୟ ଦିବସରେ ଇତିମଧ୍ୟରେ ଅବସର ନେଇଥିବା ଦୁଇଜଣ ସୈନିକ ଲଲିତ ପ୍ରଧାନ ଏବଂ ପ୍ରଶାନ୍ତ ସାହୁଙ୍କୁ କ୍ଲବ ତରଫରୁ ଉପଢୌକନ ଏବଂ ସ୍ମୁତି ଉଦ୍ଦେଶ୍ୟରେ ଦୁଇଟି ଗଛ ଉପହାର ସଦୃଶ୍ୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଯୋଗଦାନ ଦେଇଥିଲେ । ହରି ସିଂ, ଆଦିତ୍ୟ ରଥ, ସୁନୀଲ ଅଗ୍ରୱାଲ, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦୀନେଶ ବାରିକ, ଅଖିଳ ପଟନାୟକ, ମଣ୍ଟୁ ପାଣ୍ଡେ, ସୁରେଶ ସାହୁ, ସୁରଜ ସୁନା, ଅଜୟ ଅଗ୍ରୱାଲ, ଦୀପକ ବାରିକ, ଶଙ୍କର ରାଉଥ, ରୋହିତ ସେଠ, ରବୀନ ମେହେର, ଅନିଲ ଗୁର୍ଲା, ଉଧବ, ଶିବମ ପଟନାୟକ, ଆଦେଶ ସାହୁ, ପ୍ରତ୍ୟୁଷ ଦାସ, ବିନୀତ ପାତ୍ର, ଆୟୁଷ ଓ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.