lika

ପରିବେଶ ସୁରକ୍ଷା ପ୍ରେମୀ ଅବସର ପ୍ରାପ୍ତ ଶିକ୍ଷକଙ୍କ ଉଦ୍ୟମ ହିଁ ଭବିଷ୍ୟତ ଛାତ୍ର ପିଢ଼ିଙ୍କୁ ପରିବେଶ ସୁରକ୍ଷା ପ୍ରତି ଯୋଗାଉଛି ପ୍ରେରଣା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଅବସର ପ୍ରାପ୍ତ ଆର୍ଦଶ ଶିକ୍ଷକ କାର୍ତ୍ତିକ ଦାସ ନିଷ୍ଠାର ସହ ଶିକ୍ଷକତା ଏବଂ ଛାତ୍ରବତ୍ସଲ ଭାବରେ ବେଶ୍‌ ସୁନାମ ଅର୍ଜନ କରୁଥିବା ବେଳେ ସେ ଶିକ୍ଷକତା ସମୟରେ ଯେଉଁଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିଛନ୍ତି । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସନ୍ତୁଳନତା ଦିନକୁ ଦିନ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ନିଜର ଅନୁରାଗ ଉପଲବ୍ଧ କରି ଶିକ୍ଷକ ଶ୍ରୀ ଦାସ ଚାକିରିରୁ ଅବସର ନେବା ପରେ ପଦ୍ମପୁର ସହରର ବିଭିନ୍ନ ସ୍ଥାନର ବୃକ୍ଷରୋପଣ କରିବା ସହ ତା’ର ସୁନ୍ଦର ରକ୍ଷଣାବେକ୍ଷଣ କରିବାରେ ପ୍ରୟାସ ଜାରି ରଖିଥିବା ପରିବେଶକୁ ସେହିଭଲି ଯତ୍ନର ସହ ଗଢିବାରେ ସେ ଅହରହ ଲାଗିପଡିଛନ୍ତି । ଆଜକୁ ପ୍ରାୟ ୧୦ ବର୍ଷ ହେବ ସେ ପରିବେଶ ସୁରକ୍ଷା ତଥା ସୌନ୍ଦର୍ଯ୍ୟ କରଣ ପାଇଁ ଦିନରାତି ଏକ କରି ଦେଇଛନ୍ତି । ତାଙ୍କର ଏହି ମହାନ୍ କାର୍ଯ୍ୟ ପାଇଁ ସବୁବେଳେ ସେ ପଦ୍ମପୁର ସହର ତଥା ଆଖପାଖ ଅଂଚଳରେ ବେଶ୍ ପ୍ରଶଂସନୀୟ ଓ ଚର୍ଚ୍ଚାରେ ରହି ଆସୁଛନ୍ତି ।

babaa
Leave A Reply

Your email address will not be published.