- ଡ. ବିରଞ୍ଚି ସାହୁ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ, ୨୦୨୪-୨୫ରେ ଆଗତ କରିଥିବା ଏକ ସମତୁଳ ବଜେଟ୍ ଯାହା କି ସମାଜର ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଯୁଗପୋଯୋଗୀ । ଭାରତର ପୂର୍ବୋତର ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟକ ରାଶି ପ୍ରଦାନ କରିଛନ୍ତି । କୃଷକ ଦେଶର ମେରୁଦଣ୍ଡ, ତାଙ୍କର ଏବଂ ଚାଷର ବିକାଶ ପାଇଁ ଏକ ଲକ୍ଷ ପଞ୍ଚାବନ ହଜାର କୋଟିର ପୁଂଜି ନିବେଶ କରିଛନ୍ତି । ଗ୍ରାମାଞ୍ଚଳର ବିକାଶ ପାଇଁ ୨ ଦଶମିକ ୬୬ ଲକ୍ଷ କୋଟିର ସହାୟତା ରାଶି ଅନୁଦାନ କରିଛନ୍ତି । ଯୁବବର୍ଗର ନିଯୁକ୍ତି ପାଇଁ ଦୁଇ ଲକ୍ଷ କୋଟିର ସ୍ୱତନ୍ତ୍ର ଯୋଜନା ଅଟକଳ କରାଯାଇଛି । ସେଲେରାଇଡ୍ ବର୍ଗଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ପଚାଶ ହଜାରରୁ ପଞ୍ଚସ୍ତରୀ ହଜାରକୁ ବୃଦ୍ଧି କରାଯାଇଛି, ଯାହା ଫଳରେ ସେମାନେ ବାର୍ଷିକ ୧୭ ହଜାର ୫୦୦ ଟଙ୍କା ସଞ୍ଚୟ କରିପାରିବେ । ଛାତ୍ରମାନଙ୍କ ପାଇଁ ଇଣ୍ଟର୍ନଶିପ ଭତ୍ତା ପ୍ରତିବର୍ଷ ୫୦୦୦ ହଜାରର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ସ୍ଵତନ୍ତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି । ଛାତ୍ରମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ଋଣ ସକାଶେ ଦାସ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ତ ମୋଟାମୋଟି ଭାବରେ ଏହା ଏକ ଅଭିବୃଦ୍ଧି ମୂଳକ ବଜେଟ୍ ।
ଡ. ବିରଞ୍ଚି ସାହୁ
ପ୍ରାଧ୍ୟାପକ ଏବଂ ବିଭାଗୀୟ ମୁଖ୍ୟ
ଅର୍ଥନୀତି ବିଭାଗ
ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର