ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ବିକାଶ ପାଇଁ କୃଷି ଗବେଷଣା ବ୍ୟବସ୍ଥା ଉପରେ ଧ୍ୟାନ ପ୍ରଦାନ

  • ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ୩୨ଟି ଜଳବାୟୁ ସହନଶୀଳ ଫସଲ ପ୍ରଜାତିର ଶୁଭାରମ୍ଭ ଘୋଷଣା
  • ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ
  • ଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ନୀତିର ଲକ୍ଷ୍ୟ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ୍ ୨୦୨୪-୨୫ରେ କୃଷି ଗବେଷଣା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଏବଂ ଜାତୀୟ ସମବାୟ ନୀତି ସମେତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । କୃଷି ଗବେଷଣାରେ ପରିବର୍ତ୍ତନ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତି ବିକାଶ ଉପରେ ଧ୍ୟାନ ଦେବା ପାଇଁ ସରକାର କୃଷି ଗବେଷଣା ବ୍ୟବସ୍ଥାର ଏକ ବ୍ୟାପକ ସମୀକ୍ଷା କରିବେ । ଆଜି ସଂସଦରେ ୨୦୨୪-୨୦୨୫ ବଜେଟ୍ ଉପସ୍ଥାପନ କରି ସେ କହିଛନ୍ତି ଯେ, କୃଷି ଗବେଷଣାକୁ ପ୍ରୋତ୍ସାହନ ପାଇଁ ଘରୋଇ କ୍ଷେତ୍ର ସମେତ ଚ୍ୟାଲେଞ୍ଜ ମୋଡରେ ପାଣ୍ଠି ଯୋଗାଇ ଦିଆଯିବ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ସରକାରୀ ଏବଂ ବାହାରୁ ବିଶେଷଜ୍ଞମାନଙ୍କୁ ଅଣାଯାଇ ଏଭଳି ଗବେଷଣାର ତଦାରଖ କରାଯିବ । ବଜେଟ୍‌ରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ, ୩୨ଟି କ୍ଷେତ ଏବଂ ଉଦ୍ୟାନ କୃଷି ଫସଲର ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ପ୍ରଦାନ କରାଯିବ । ପ୍ରାକୃତିକ ଚାଷ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାର୍ଟିଫିକେସନ୍ ଏବଂ ବ୍ରାଣ୍ଡିଂ ସହାୟତାରେ ସାରା ଦେଶରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ବୈଜ୍ଞାନିକ ଅନୁଷ୍ଠାନ ଓ ଇଚ୍ଛୁକ ଗ୍ରାମ ପଞ୍ଚାୟତ ଜରିଆରେ ଏହାର କାର୍ଯ୍ୟକାରିତା କରାଯିବ ଏବଂ ଏଥିପାଇଁ ୧୦ ହଜାର ଆବଶ୍ୟକତା ଭିତ୍ତିକ ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ । ଜାତୀୟ ସମବାୟ ନୀତି ସମବାୟ କ୍ଷେତ୍ରର ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଜାତୀୟ ସମବାୟ ନୀତି ପ୍ରଣୟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.