ବାଦୀପଡ଼ିଆ ଠାରେ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟ୍‌ର ଘାଇ : ଚାଷୀ ପାଣିପାଇବାରୁ ବଂଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର -ସୋନପୁର ସୀମାନ୍ତ ବର୍ତ୍ତୀ ବାଦୀପଡ଼ିଆ ଠାରେ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟ୍‌ର ଘାଇ ହୋଇଛି ଫଳରେ ଚାଷୀ ପାଣିପାଇବାରୁ ବଂଚିତ ହୋଇଛନ୍ତି । ସୂଚନା ଅନୁସାରେ ୧୯ ତାରିଖରେ ଗାଈଖାଇ ଡ୍ୟାମ୍‌ରୁ ଏହି କେନାଲରେ ପାଣି ଛଡ଼ାଯାଇଥିଲା ଏବଂ ଏହି ଦିନ ବର୍ଷା ହେଉଥିଲା ପାଣିର ସ୍ରୋତ ବଢ଼ିବାରୁ ଉକ୍ତ ଯାଗା ଟିକେ ଡାଉନ ଥିବାରୁ ଏଠାରେ ଘାଇ ସୃଷ୍ଟିହୋଇଥିବା ଜଣାପଡିଛି । ବିଭାଗୀୟ ଏସ୍‌ଡିଓ, ଏସ୍‌ଇ, ଜେଇଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭୀର୍ତ୍ତିରେ ହେଉଥିବା ଦେଖାଯାଇଛି । ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଶୀଘ୍ର କାମ ସାରିବାକୁ ଅଂଚଳର ଚାଷୀ ଦାବୀ କରିଛନ୍ତି ।

Leave A Reply

Your email address will not be published.