‘ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ଗ୍ରାମ ପଂଚାୟତ ତାଳେଶ୍ୱର ମନ୍ଦିର ପରିସରରେ ‘ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ମା’ ପାଇଁ ଗଛ ଟିଏ ଆହ୍ୱାନ ଦେବା ସହ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ ଓ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସମସ୍ତେ ବୃକ୍ଷରୋପଣ କରବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ ରଖିଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ମନ୍ଦିର ପରିସରରେ ଆମ୍ବ, ପଣସ ଆଦି ବୃକ୍ଷରୋପଣ କରି ଶୁଭ ଆରମ୍ଭ କରିଥିଲେ । ଏଥିରେ ପଞ୍ଚାୟତର ଶତାଧିକ ମହିଳା ଏବଂ ପଂଚାୟତବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଗଡ଼ ମୋଟରୀ ମଣ୍ଡଳ ସଭାପତି ଶ୍ଵେତା କୁମାର ନାୟକ, ତୁଷାର କାନ୍ତ ବେହେରା, ଜିଲ୍ଲା ସମ୍ପାଦକ ବିଷ୍ଣୁଦତ୍ତ ବଡ଼ଜେନା, ପ୍ରିୟବର୍ତ୍ତ ଜେନା, ପଂଚାୟତ ସଭାପତି ପ୍ରସନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁବ ସମାଜସେବୀ ପ୍ରତ୍ୟୁଷ କୁମାର ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.