ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ବିତି ଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଭାବରେ ବିଜୁଳି ପାଇପାରୁ ନାହାନ୍ତି । ଏମିତି ବିଦ୍ୟୁତ୍‌ କରେଣ୍ଟ ଆସୁଛି, ମୋବାଇଲ ମଧ୍ୟ ଚାର୍ଜ ହୋଇପାରୁନାହିଁ । କେବଳ ବିଦ୍ୟୁତ୍‌ ଲୋ ଭୋଲ୍‌ଟେଜ୍ ରହୁଥିବାର ଦେଖିବାକୁ ମିଳୁଛି । ପ୍ରାୟ ଚାଷୀ ମାନଙ୍କ ବୋରୱେଲ, ଲିପ୍ଟ ପ‌ଏଣ୍ଟ‌ ମାଧ୍ୟମରେ ଚାଷୀ ଚାଷ କରିଥାନ୍ତି । ବ୍ୟାଙ୍କରୁ ୠଣ, ଧାର, କରଜ କରି ବହୁ ଦୁଃଖ କଷ୍ଟରେ ମୁଣ୍ଡ ଝାଲ ତୁଣ୍ଡରେ ମାରି ଚାଷ କରିଥାଏ, କିନ୍ତୁ ବିଦ୍ୟୁତ୍‌ କରେଣ୍ଟ ଲୋ ଭୋଲ୍‌ଟେଜ୍ ଏବଂ ଅଘୋଷିତ ଘନ ଘନ ବିଦ୍ୟୁତ୍‌ କାଟ ଫଳରେ ଚାଷୀର ଚାଷ କାମରେ ବାଧା ଦେଇଥାଏ । ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି, ଓଡ଼ିଶାର ଶେଷ ସୀମାରେ ଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକରେ, ଅବହେଳିତ ଅନୁନ୍ନତ ମରୁଡି ପ୍ରପିଡିତ ଦାଦନ ପ୍ରବଣ ଅଞ୍ଚଳ । ଏହି ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀର ଅବହେଳା ଯୋଗୁଁ ଆବଶ୍ୟକ ମୁତାବକ ବିଦ୍ୟୁତ୍‌ ମିଲିପାରୁ ନାହିଁ । ବର୍ତ୍ତମାନ ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟ କଳାପ ଦେଖିବାକୁ ମିଳୁଛି । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି, ଘରକୁ ବିଦ୍ୟୁତ୍‌ ସଂଯୋଗ ନଥାଇ ମଧ୍ୟ ଘରର ମୁଖ୍ୟକଙ୍କ ନାମରେ ହଜାର ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍ ଆସୁ ଥିବାର ଦେଖିବାକୁ ମିଳୁଛି । ମୋଘୁଆ ପାଗ ହେଲେ ସାତ ଆଠ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍‌ କରେଣ୍ଟ ମଧ୍ୟ ଆସେନାହିଁ । ବର୍ତ୍ତମାନ ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ବିଦ୍ୟୁତ୍‌ କରେଣ୍ଟ ଅଭାବରୁ ରାତ୍ରରେ ଅନ୍ଧାରରେ ରହିବାକୁ ବାଧ୍ୟ ହେବାକୁ ପଡୁଛି, କାରଣ କିରୋସିନି ନ ମିଳିବାରୁ ଗାଁ ଗହଳିର ଲୋକମାନେ ଅନ୍ଧାରରେ ରହୁଥିବାର ଦେଖିବାକୁ ମିଳୁଛି । ପିଲାମାନେ ରାତ୍ରିରେ ପାଠ ମଧ୍ୟ ପଢ଼ି ପାରୁନାହାନ୍ତି । ଅସୁବିଧା ବସତଃ ଯେଉଁ ଉପଭୋକ୍ତା ବିଦ୍ୟୁତ୍‌ ବିଲ୍ ଗୋଟିଏ ମାସ ପ‌ଇଠ କରିପାରନ୍ତି ନାହିଁ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଛି । ନୂଆ ମିଟର ଲଗାଇ ଉପଭୋକ୍ତାଙ୍କ ଠାରୁ ମିଟର ଭଡ଼ା ଆଦାୟ କରୁଛନ୍ତି । ଏ ଅଞ୍ଚଳରେ କେବଳ ନିର୍ବାଚନ ସମୟରେ ନେତାଙ୍କ ଘୋଷଣା ଓ ପ୍ରତିଶୃତି ଦେଖିବାକୁ ମିଳିଥାଏ । କିଛି କାର୍ଯ୍ୟକାରୀ ହୁଏ ନାହଁ । କେବଳ ଧୂଆଁ ବାଣ ଛଡା ଅନ୍ୟକିଛି ନାହିଁଁ । ସେଥି ପାଇଁ ଏ ଅଞ୍ଚଳରେ ପ୍ରତି ବର୍ଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏ ଅଞ୍ଚଳରେ ଚାଷୀ ଉନ୍ନତି କରିବେ କିପରି ? ପିଲା ପାଠ ପଢିବେ କିପରି ? ବାହାର ରାଜ୍ୟକୁ ଦାଦନ ଖଟିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ଯେଉଁ କର୍ମଚାରୀ ମାନେ କାମ କରୁନାହାନ୍ତି ତାଙ୍କ ବିରୁର୍ଦ୍ଧରେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବରଂ ସେମାନଙ୍କୁ ଘଣ୍ଟ ଘୋଡେଇ ରଖୁଛନ୍ତି । ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ଯଥା ଶୀଘ୍ର‌ ବିଦ୍ୟୁତ୍‌ ସମସ୍ୟାର‌ ‌ସମାଧାନ‌ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.