oom

ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୂଜନଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ତରଫରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଗୁରୁଭାଇ ଓ ଭଉଣୀଙ୍କ ଦ୍ୱାରା ପୂଜ୍ୟପାଦ ସଦ୍‌ଗୁରୁଦେବ ଶ୍ରୀ ଶ୍ରୀ ବ୍ରଜ ମୋହନ ଶରଣଦେବ, ମହନ୍ତ ନୃସିଂହ ମନ୍ଦିରଙ୍କ ଶ୍ରୀଚରଣରେ ଗୁରୁପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଅଗଣିତ ଭକ୍ତମାନଙ୍କୁ ଅତି ଉପାଦେୟ ଗୁରୁ ଶିଷ୍ୟ ପରମ୍ପରା ତଥା ଆଶୀର୍ବଚନ ଦେଇଥିଲେ । ଏହି ମହାସମାରୋହରେ ଆନନ୍ଦର ସହିତ ପୂଜନ, ଅର୍ଚନ, ଭଜନ ଓ କିର୍ତ୍ତନ କରାଯାଇ ସମସ୍ତଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସମେତ ସୋନପୁର, ନୂଆପଡା, କଳାହାଣ୍ଡି ଇତ୍ୟାଦି ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟର ସଭାପତି ପଣ୍ଡିତ ଚନ୍ଦ୍ର କୁମାର ପୁରୋହିତ, ସମ୍ପାଦକ ପଣ୍ଡିତ ନାରାୟଣ ପୁରୋହିତ, ସହ ସଂପାଦକ ପଣ୍ଡିତ ଗୋବର୍ଦ୍ଧନ ଶତପଥି, କୋଷାଧ୍ୟକ୍ଷ ଜଗମୋହନ ତ୍ରିପାଠୀ, ଉପଦେଷ୍ଟା ପଣ୍ଡିତ ସନ୍ୟାସୀ ଦାଶ, ଉପଦେଷ୍ଟା କିଶୋର କୁମାର ପୁରୋହିତ, ସହଯୋଗୀ ସଦସ୍ୟ ବାଦଲ ମହାକୁର ଯାଦବ, ଭୁସାଗର ଡାଙ୍ଗ, ସିଦ୍ଧେଶ୍ୱର ପାଣିଗ୍ରାହୀ, ରାଜେଶ କୁମାର ପଣ୍ଡା ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ତୁଲାଇବା ପାଇଁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.