oom

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସିରୋଲ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଅଚାନକ ପରିଦର୍ଶନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମାରେ ତଥା ୫୯ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସିରୋଲ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଶନିବାର ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷତ୍ରୀ ଅଚାନକ ପରିଦର୍ଶନ କରିଛନ୍ତି । ସେ ବିଦ୍ୟାଳୟର ବିଜ୍ଞାନଗାର, ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀ ଗୃହ, ପାନୀୟ ଜଳବ୍ୟବସ୍ଥା, ଖେଳ ପଡିଆ ଆଦି ବୁଲି ଦେଖିଥିଲେ । ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ, କ୍ରୀଡା ଏବଂ କୌଶଳର ବିକାଶ, ଉପସ୍ଥାନ ବୃଦ୍ଧି ଆଦି ଦିଗରେ ପଦକ୍ଷେପ ନେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ଏହି ଅଚାନକ ପରିଦର୍ଶନ ବେଳେ ସିରୋଲ ଉନ୍ନୀତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ରଣାଙ୍କ ସମେତ ଶିକ୍ଷକ ଲିଳୁମୋହନ ପଧାନ, ମୋତିରାମ ମାଝୀ, ରୋହିତ ନାଗ, ମୋହନ ପ୍ରଧାନୀ, ବିନୋଦ ବାରିକ, ଆଶିଷ କୁମାର ତ୍ରିପାଠୀ, ଭରତ ଭୂଷଣ ମାଝୀ, ସୁଶାନ୍ତ ନାଏକଙ୍କ ସହ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶ୍ରୀ କ୍ଷତ୍ରୀ ହାଇସ୍କୁଲ୍ ପରିସରରେ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ରକୁ ମଧ୍ୟ ଅଚାନକ ବୁଲି ଦେଖିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.