ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା : ଅପହରଣ ପରି ସମସ୍ତ ଆରୋପ ମିଥ୍ୟା ସାବିତ ହେବ- ରାଜେନ୍ଦ୍ର ହୋତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋର ବିରୁଦ୍ଧରେ ଗଣମାଧ୍ୟମରେ ପ୍ରକଶ ପାଇଥିବା ଅପହରଣ ଆରୋପ ପରି ସମସ୍ତ ଆରୋପ ଆଗାମୀ ଦିନରେ ମିଥ୍ୟା ସାବିତ ହେବ ବୋଲି ବରକାନୀ ପଞ୍ଚାୟତର ସରପଞ୍ଚ ତଥା ବଲାଙ୍ଗିର ଯୁବ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା ପ୍ରକାଶ କରିଛନ୍ତି । ଗତକାଲଲି ପିଡିତ ଶ୍ରୀକର ମିର୍ଦ୍ଧା ଖୋଦ ଜଙ୍ଗଲ କୁ ପଳାଇ ଯାଇଥିବା ସ୍ୱିକାର କରିଥିବା ବେଳେ ତାଙ୍କ ବିରୁଦ୍ଧରେ ଉଠିଥିବା ଅପହରଣ ଆରୋପ ସର୍ବସମ୍ମୁଖରେ ଭୁଲ ପ୍ରମାଣିତ ହୋଇଛି ବୋଲି ଶ୍ରୀ ହୋତା କହିଛନ୍ତି । ସେ ନିଜର ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ଏହି ଘଟଣାରେ ତ୍ରିପାଠୀ ପରିବାର ବର୍ଗଙ୍କ ଅବସ୍ଥା ଅଧୀକ ଶୋଚନୀୟ ।

ଗାଁର ଯୁବକ ମାନଙ୍କମଧ୍ୟରେ ହୋଇଥିବା ସାମନ୍ୟ ବଚସାରୁ ମିର୍ଧା ପରିବାର ଉତ୍‌କ୍ଷିପ୍ତ ହୋଇ ତ୍ରିପାଠୀ ପରିବାରକୁ ଅକାରଣେ ଆକ୍ରମଣ କରିଥିଲେ । ମିର୍ଦ୍ଧା ପରିବାର ଓ ସହେଯାଗୀ ମନୋରଞ୍ଜନ ତ୍ରିପାଠୀଙ୍କ ଘରକୁ ପଶି ଘରର ବିଭିନ୍ନ ଜିନିଷପତ୍ର ଭାଙ୍ଗିବା ସହ ମନୋରଞ୍ଜନଙ୍କ ମାତା ଶୀଳସୁତା ଓ ପିତା ରାମ ପ୍ରସାଦ ତ୍ରିପାଠୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହି ଘଟଣାରେ ଶୀଳସୁତା ତାଙ୍କ ହାତରେ ଗଭୀର ଆଘାତ ପାଇଥିବା ସତ୍ୱେ ମିର୍ଦ୍ଧା ପରିବାର ଭୟରେ ସେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ଆସି ପାରୁ ନାହାନ୍ତି । ଏଭଳି ସମୟରେ ଶ୍ରୀ ହୋତା ମାକଡଚୁଆଁ ଗ୍ରାମକୁ ଯାଇ ଉଭୟ ପକ୍ଷମଧ୍ୟରେ ସମାଧାନ କରିବା ପାଇଁ ଚେଷ୍ଟା କରିଥିବା ବେଳେ ଅଯଥା ତାଙ୍କୁ ବଦନାମ କରିବାର ପ୍ରୟାସ କରାଯାଉଛି । ତେବେ ସଂପୁର୍ଣ୍ଣ ଘଟଣାକୁ ନେଇ ତ୍ରିପାଠୀ ପରିବାର ତରଫରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ବିନା ଚାପରେ ତଦନ୍ତ ହେଲେ ସମ୍ପୁର୍ଣ୍ଣ ଘଟଣାଚକ୍ର ସ୍ପଷ୍ଟ ହୋଯିବ ବୋଲି ଶ୍ରୀ ହୋତା କହିଛନ୍ତି ।

Leave A Reply

Your email address will not be published.