oom

ନକଲି କାଗଜପତ୍ର ଜମି ହଡ଼ପ ନେଇ ସାମ୍ବାଦିକ ସମ୍ମିଳନୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଧାମନଡ଼ଙ୍ଗାରେ ନକଲି କାଗଜପତ୍ର ଜରିଆରେ ଶିବ ତାଣ୍ଡି ଓରଫ ବାବୁଲାଲ ଜଣକ ବ୍ୟକ୍ତିଙ୍କ ଜମି ଧାମନଡ଼ଙ୍ଗାର ପାର୍ବତୀ ତାଣ୍ଡି ହଡ଼ପ କରି ବିକ୍ରି କରିଥିବା ନେଇ ମୃତ ଶିବଙ୍କ ଝିଅ ନିଶା ତାଣ୍ଡି ଓ ତାଙ୍କ ପତ୍ନୀ ସଙ୍ଗୀତା ତାଣ୍ଡି ଅଭିଯୋଗ ଆଣିଥିଲେ । ଏହାପରେ ଗତ କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଥିଲେ ପାର୍ବତୀ ତାଣ୍ଡି । ତାଙ୍କ କହିବା ଅନୁସାରେ ଶିବ ତାଣ୍ଡିଙ୍କ ସମ୍ପକୀୟ ଝିଆରୀ ହେଉଛି ମୁଁ ପାର୍ବତୀ ତାଣ୍ଡି । ହଠାତ୍‌ ନିଶା ନାମକ ଜଣେ ମହିଳା ଆସି ମୃତ ଶିବ ତାଣ୍ଡିଙ୍କ ଉତ୍ତରାଧିକାରୀ କହୁଛି । ସେ ଛତିଶଗଡ ଭିଲାଇ ସହର ବାବୁଲାଲ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ନିଶା ଯାଦବ ଓ ତାଙ୍କ ପତ୍ନୀ ହେଉଛନ୍ତି ସଙ୍ଗୀତା ଯାଦବ ତାଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ । ସେମାନେ ତ ଆମ ସମ୍ପକୀୟ ନୁହଁ ସେ କେମିତି ଶିବ ତାଣ୍ଡିଙ୍କ ଉତ୍ତରାଧିକାରୀ ହେବ । ଆଉଁ ସେ ଯେଉଁ ଜମିର କଥା କହୁଛନ୍ତି ବୋଲି ସେ କହିଥିଲେ । ଏହି ଘଟଣାକୁ ମୃତ ଶିବ ଓରଫ ବାବୁଲାଲ ତାଣ୍ଡିଙ୍କ ଝିଅ ନିଶା ତାଣ୍ଡି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପାର୍ବତୀଙ୍କ ନାରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି । ଶିବ ତାଣ୍ଡି ଓରଫ ବାବୁଲାଲ ତାଣ୍ଡି ସେ ଛତିଶଗଡ ଭିଲାଇ ସହର ଏକ ବଡ ଅନୁଷ୍ଠାନରେ ରୋଷେଇଆ ଭାବେ କାମ କରୁଥିଲେ ସେଠାରେ ଯେହେତୁ ସେ ରୋଷେଇଆ ଥିଲେ ଅନ୍ୟ କର୍ମଚାରୀ ମାନେ ତାଙ୍କ ହାତ ରନ୍ଧା ଖାଦ୍ୟ ଖାଇବେ ନାହିଁ ସେ ବାବୁଲାଲ ଯାଦବ ଲେଖୁଥିଲେ । ଏବଂ ତାଙ୍କ ନା ଶିବ ଥିଲା ତାଙ୍କ କାକା ଘର ତାଙ୍କୁ ପୋଷପୁତ୍ର ଭାବେ ଗ୍ରହଣ କରିଥିଲେ ସେଥି ପାଇଁ ଶିବରୁ ବାବୁଲାଲ ନାମ ଦେଇଥିଲେ । ଏବଂ ମୋ ଅଜା ମାଚନ୍ଦ ତାଣ୍ଡି ଜମି ଧାମନଡ଼ଙ୍ଗାରେ ରହିଛି ମୌଖିକ ଭାବେ ଭାଗ ବଣ୍ଟା ହୋଇଥିବା ମୋ ବାପାଙ୍କ ଜମିକୁ ପାର୍ବତୀ ତାଣ୍ଡି ଓ ଆଉଁ କିଛି ଜଣ ଲୋକ ମିଥ୍ୟା କାଗଜପତ୍ର ଦାଖଲ କରି ବିକ୍ରି କରି ଦେଇଛନ୍ତି । ମୋତେ ଆଉଁ ମୋ ମାଁ ସଙ୍ଗୀତା ତାଣ୍ଡିକୁ ଉତ୍ତରାଧିକାରୀରୁ ବାହାର କରି ଦେଇଛନ୍ତି । ସେଥି ପାଇଁ ଆମେ କଣ୍ଟାବାଞ୍ଜି ତହସିଲର ଦ୍ୱାରସ୍ଥ ବାରମ୍ବାର ହେଉଛୁ କିନ୍ତୁ ଏତେ ଦିନ ଆସିଲା ସତ୍ତ୍ୱେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ଅଛୁ ସେଥି ପାଇଁ ଆମେ ଗଣମାଧ୍ୟମର ସହଯୋଗ ଲଢୁଛୁ ସେ ଆମ ଅସୁବିଧାକୁ ରାଜ୍ୟ ସରକାର ଓ ପ୍ରଶାସନ ପାଖରେ ଉପସ୍ଥାପନା କରନ୍ତୁ ଏବଂ ଆମକୁ ନ୍ୟାୟ ଦିଅନ୍ତୁ ବୋଲି ସେ କହିଛନ୍ତି । ଏହା ପରେ ଆମେ କଣ୍ଟାବାଞ୍ଜି ତହସିଲଦାରଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲୁ ହେଲେ ତାଙ୍କ ପ୍ରତିକିୟା ମିଳି ପାରିନାହିଁ ।

jittmm
Leave A Reply

Your email address will not be published.