csstore

ପଦ୍ମପୁର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ସରକାର ଗଠନ ତଥା ମନ୍ତ୍ରୀ ଭାର ନେବା ପରେ ନିଜର ଶିକ୍ଷା ମାଟି ତଥା ପିଲା ଦିନ ସ୍ମୃତି ସାଇତି ଥିବା ପଦ୍ମପୁରକୁ ଗସ୍ତରେ ଆସିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ଥାନୀୟ ଶାସ୍ତ୍ରୀ ଛକ ଠାରେ ସ୍ୱାଗତ କରିବା ସହ ଏକ ବିରାଟ ରେଲିରେ ଟାଉନ ହଲ୍‌ ସ୍ଥିତ ସମ୍ବର୍ଦ୍ଧନା ସଭା ସ୍ଥଳକୁ ଆଣିଥିଲେ କର୍ମୀ । ତେବେ ବିଭିନ୍ନ ଅନୁଷ୍ଠାନ ତଥା ପୁରୁଣା ବନ୍ଧୁଙ୍କ ଠାରୁ ସମ୍ବର୍ଦ୍ଧନା ପାଇ ଭାବୁକ ହୋଇ ପଡ଼ିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସରୋଜ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ପଦ୍ମପୁର ଜମିଦାର ପ୍ରତାପ କେଶରୀ ସିଂ ବରିହା, ପୂର୍ବତନ ପଦ୍ମପୁର ଏନ୍. ଏ. ସି. ଚେୟାରମେନ ସତ୍ୟବାନ୍ ଅଗ୍ରୱାଲ, ସରୋଜ ପାଣିଗ୍ରାହୀ ପ୍ରମୁଖ ସମ୍ବର୍ଦ୍ଧନା ସଭାରେ ମଞ୍ଚାସୀନ ହୋଇଥିଲେ । ପଦ୍ମପୁର ସହରର ନାଗରିକଙ୍କ ତରଫରୁ ବିଭିନ୍ନ ଅନୁଷ୍ଠାନ ନୂତନ ଭାବରେ ନିର୍ବାଚନ ହୋଇଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ । ଏହା ସହ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ବୁଲି ଦେଖିବା ସହ ରୋଗୀଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ଆବଶ୍ୟକୀୟ ପଦବୀ ପୁରଣ ତଥା ଚିକିତ୍ସାଳୟ ପାଇଁ ଦରକାର ଥିବା ଯନ୍ତ୍ରଂଶ ଏବଂ ମହାପରାୟଣ ଜାନ ଯଥା ଶୀଘ୍ର ସମ୍ଭବ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

jayashree
Leave A Reply

Your email address will not be published.