csstore

ଅଙ୍କିତା ନର୍ସରୀରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ସ୍ଥିତ ଅଙ୍କିତା ନର୍ସରୀରେ ମଙ୍ଗଳବାର, ବୁଧବାର ଦୁଇ ଦିନ ଧରି ବନ ମହୋତ୍ସବ ପାଳିତ ହୋଇଛି । ଏଠାରେ ଗାଁର ମହିଳାମାନେ ତଥା ଭାଇ ମାନେ ଗଛ କାଟିଲେ ପାପ ଲାଗଇ, ଗଛ ଲଗାଇଲେ ପୁଣ୍ୟ ହୁଅଇ, ଗୋଟିଏ ଗଛ ମା’ ପାଇଁ, ବୋଲି ସ୍ଲୋଗାନ ଦେଇଥିଲେ । ଦୁଇ ଦିନ ଧରି ଅଁଳା, ବେଳ, ଜମ୍ବୁ, କଦମ୍ବ, ଅର୍ଜୁନ, ଫଣଫଣା, ବାଉଁଶ, ଶିଶୁ, ସେରସୁଆ ପ୍ରଭୁତି ଗଛ ରୋପଣ କରାଯାଇଥିଲା । ମାଧୁରୀ ମୁଣ୍ଡ, କମଳିନୀ ପଣ୍ଡା, ପ୍ରତିଭା ପ୍ରଧାନ, ଚନ୍ଦ୍ରକାନ୍ତି ଶତପଥି, ଓଜସ୍ୱିତା ପ୍ରିୟଦର୍ଶିନୀ, ଅନୁ ବାରିକ, ରୁନି ବରିହା, ସୁନନ୍ଦା ପ୍ରଧାନ, ପ୍ରତିମା କର୍ଣ୍ଣ, ପ୍ରତ୍ୟାଶା ପ୍ରଧାନ, ମିସିତା ପ୍ରଧାନ ପ୍ରମୁଖଙ୍କ ସହ ସୁବାସ ପ୍ରଧାନ, କଳ୍ପେନ୍ଦ୍ର ପ୍ରଧାନ, ଅରୁଣ କୁମ୍ଭାର, ଯୋଗ ଦେଇଥିଲେ । ବଡ ଶତପଥି, ଧିରେନ ମହାନ୍ତି, ବିଭୁତି ମୁଣ୍ଡ ପ୍ରକୃତି ବନ୍ଧୁମାନେ ଦିଗଦର୍ଶନ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ନୃସିଂହନାଥ ବନବିଭାଗ ତରଫରୁ ବିଭିନ୍ନ ଚାରା ଯୋଗାଇ ଦିଆଯାଇଥିଲା । ମହିଳା ମାନେ ଗଛ ଲଗାଇବା ପାଇଁ ବହୁତ ଉତ୍ସାହିତ ଥିଲେ ।

jayashree
Leave A Reply

Your email address will not be published.