oom

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ୫୦୦ ଗୋଟି ଆଦିବାସୀ ପରିବାରଙ୍କୁ ଦେଶୀ ଖରିଫ ପନିପରିବା ବିହନ ସହାୟତା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ସ୍ଥିତ ଜନମୁକ୍ତି ଅନୁଷ୍ଠାନ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ସହାୟତାରେ ପ୍ରବାସୀ ଓ ଆଦିବାସୀ ସମୁଦାୟର ନିରନ୍ତର ଜୀବିକା ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରଣ କାର୍ଯ୍ୟକ୍ରମ ମୁରିବାହଲ ବ୍ଲକର ୬ ଗୋଟି ଗ୍ରାମପଞ୍ଚାୟତର ୩୦ ଗୋଟି ଗ୍ରାମରେ ଚାଲୁଛି । ଏହି ପ୍ରକଳ୍ପ ମାଧ୍ୟମରେ ଆଦିବାସୀ ବର୍ଗର ଛେ଼ାଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଦେଶୀ ପ୍ରଜାତିର ଖରିଫ ପନିପରିବା ବିହନ ତାଙ୍କ ଆବଶ୍ୟକତାକୁ ଆକଳନ କରି ସମୁଦାୟ ୫୦୦ଗୋଟି ପରିବାରକୁ ମାଗଣାରେ ସହାୟତା ପ୍ରଦାନ କରାଯାଇଛି । ସେଥିରେ ପ୍ରତ୍ୟେକଙ୍କୁ ୧୦ ଗ୍ରାମ ଲେଖାଏଁ ଦେଶୀ କାବ୍ରି ବାଇଗଣ ବିହନ, ୧୦ ଗ୍ରାମ ଦେଶୀ ଲଙ୍କା ବିହନ ସହିତ ପୋଷଣ ବଗିଚା ପାଇଁ ୧୧ ପ୍ରକାର ବିହନ ଯଥା : ଗୁଆର, ଶିମ୍ବ, ଲଙ୍କା, ବିଲାତି ବାଇଗଣ, କାକୁଡି, କଲରା, ଲାଉ, ଜହ୍ନି, ଭେଣ୍ଡି ଓ ଝୁଡଙ୍ଗ ରହିଛି । ଏହି ଚାଷ ଦ୍ଵାରା ସେହି ଆଦିବାସୀ ପରିବାରମାନଙ୍କର ରକ୍ତହୀନତା ଦୂର ହେବା ସହିତ ପୁଷ୍ଟିକର ଖାଦ୍ୟ ମିଳିପାରିବ ଏବଂ ଦେଶୀ ପଦ୍ଧତିରେ ଚାଷ କରି ବିହନ ସଂଗ୍ରହ କରି ସ୍ୱାବଲମ୍ବୀ ହୋଇପାରିବେ । ଏହା ଛଡ଼ା ନିଜ ଅଞ୍ଚଳରେ ଦେଖା ଯାଉଥିବା ବିହନ ଅଭାବ ସମସ୍ୟାକୁ ସବୁଦିନ ପାଇଁ ଦୂରେଇ ଦେଇ ପାରିବେ । ଏହି କାର୍ଯ୍ୟକ୍ରମଟି ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିବା ବେଳେ ଅନୁଷ୍ଠାନର କର୍ମୀ ଲୋଚନ ବାଗ, ରଞ୍ଜିତା ହରପାଲ୍, ଚିତ୍ରଲେଖା ସାହୁ, ସୁବର୍ଣ୍ଣୀ ବାଗ, ବୈଷ୍ଣବ ମହାନନ୍ଦ, ମଗଶିର ସାହୁ, ସୁଶିଲ କୁମାର ସାହୁ, ଲକ୍ଷ୍ମୀଧର ବାଗ ଓ ପ୍ରକାଶ କୁମାର ବନ୍ଦିଛୋର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.