csstore

ଖଇରାର ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ଓ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ସ୍ଥିତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ୪୫ତମ ପ୍ରତିଷ୍ଠା ଦିବସ ଏବଂ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ତଥା ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଛାତ୍ରଛାତ୍ରୀଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ର, ବରିଷ୍ଠ କଳାକାର ସୁଧାକର ସାହୁ, ଶିକ୍ଷକ ଗିରିଧାରୀ ତ୍ୟାଗୀ, ରୋହିତ ରଣା, ବୀର ତାଣ୍ଡି, ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ରଶ୍ମି ରଞ୍ଜନ ସାହୁ, ବିଜୟ ଜାନୀ, ସୁରେନ୍ଦ୍ର ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାତା ଅବଧୂତ କୁଞ୍ଜିବିହାରୀ ବାବାଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କଲା ପରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଉପଢୌକନ ଏବଂ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀ ବିଦାୟ ଜଣାଇଥିଲେ । ବୈଚନ୍ଦ୍ର ରଣା, ଶ୍ରୀମତୀ ହେମନ୍ତି ଭୋଇ, ଚନ୍ଦ୍ରକାନ୍ତି ଭୋଇ, ବାସନ୍ତି ଭୋଇ, ଯଜ୍ଞ କୁମାର ଜାନୀ ପ୍ରମୁଖ ସହେଯାଗ କରିଥିଲେ । ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଭାବ ବିହ୍ୱଳ ହୋଇପଡିଥିଲେ । ପରେ ଖଇରା ଗ୍ରାମ ବସ୍ତିରେ ଭବାନୀ ଶଙ୍କର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଢୌକନ, ମାନପତ୍ର ପ୍ରଦାନ ପୂର୍ବକ ଡ. ନାରାୟଣ ମିଶ୍ରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୋତିଲାଲ ଭୋଇ, ଓମ୍‌ ପ୍ରକାଶ ରଣା, ବିଜୟ ଦେବ ଜାନୀ, ସୀମାଞ୍ଚଲ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ହରିଶଙ୍କର ଭୋଇ, ସୀତାକାନ୍ତ ଭୋଇ, ଘନଶ୍ୟାମ ଜାଲ, ନିରଞ୍ଜନ ରଣା, ବେଣୁଧର ରଣା, ଜଗଦୀଶ ରଣା, ବନ ବେହେରା, ଝସ ଚନ୍ଦନ ପ୍ରମୁଖଙ୍କ ସହ ଗ୍ରାମବାସୀ ସଂକିର୍ତ୍ତନ୍ୟ ସହ ଗ୍ରାମ ପରିକ୍ରମା କରି ବିଦାୟ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.