୮ ତାରିଖ ପାଇଁ ବାତିଲ ହେଲା ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି

ସମ୍ବଲପୁର, (କେପିଏନ୍‌ଏସ୍‌ ) : ସମ୍ବଲପୁର-ତାଳଚେର ସେକ୍‌ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍‌ର ପୁନଃ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଗସ୍ତ ସପ୍ତାହରେ ଆସି ଉକ୍ତ ନୂଆ ଲାଇନ୍‌ ଯାଞ୍ଚ କରିବା ସହ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍‌ । ତେବେ ଉକ୍ତ ଲାଇନ୍‌ର କମିସନିଂ ପାଇଁ ବର୍ତ୍ତମାନ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍‌ସିଟିକୁ ଆସନ୍ତା ୮ ତାରିଖ ଗୋଟିଏ ଦିନ ଉଭୟପଟରୁ ପାଇଁ ବାତିଲ କରାଯାଇଛି ।

Leave A Reply

Your email address will not be published.