oom

ଗାଇସିଲେଟରେ ସମ୍ବର୍ଦ୍ଧିତ ହେଲେ ନବନିର୍ବାଚିତ ସାଂସଦ ଓ ବିଧାୟକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତ ଓ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ ଗଡତିଆଙ୍କୁ ଗାଇସିଲେଟ ବ୍ଲକରେ ଭାରତୀୟ ଜନତା ପାର୍ଟି ଗାଇସିଲେଟ, ବ୍ଲକ ପ୍ରଶାସନ, ନାଗରିକ କମିଟି, ୟୁଥ କ୍ଲବ, ବରିଷ୍ଠ ନାଗରିକ ସଂଘ, ଭିଆର୍‌ପି ସଂଘ, ଶିକ୍ଷକ ସଂଘ ଆଦି ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତେବେ ଗାଇସିଲେଟ ସାଂସଦ ଶ୍ରୀ ପୁରୋହିତଙ୍କ ନିଜ ଭିଟା ମାଟି ହୋଇଥିବାରୁ ନିର୍ବାଚିତ ପରେ ପ୍ରଥମ ଥର ପାଇଁ ନିଜ ଗାଁରେ ପହଞ୍ଚିଲା ପରେ ପ୍ରଥମେ ଜଗନ୍ନାଥ ମନ୍ଦିର ପରେ ରଧାକୃଷ ମନ୍ଦିର, ହନୁମାନ ମନ୍ଦିର, ବିନ୍ଧ୍ୟାବାସୀନି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଉଭୟ ସାଂସଦ ଓ ବିଧାୟକ ଗାଇସିଲେଟ ପଞ୍ଚାୟତ ସମିତି ମିଟିଂରେ ଯୋଗଦେଇ ବ୍ଲକ ପ୍ରଶାସନ ଓ ପିଆର୍‌ଆଇ ମେମ୍ବର ମାନଙ୍କ ସହ ଗାଇସିଲେଟ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ମିଟିଂ ସରିବା ପରେ ଅନେକ ସମୟ ଧରି ବିଧାୟକ ଓ ସାଂସଦ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗାଇସିଲେଟ ନାଗରିକ କମିଟି ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉଭୟ ସାଂସଦ ଓ ବିଧାୟକ ସମସ୍ତଙ୍କୁ ଏକ ହୋଇ ମିଳିମିଶି ଗାଇସିଲେଟ ଅଞ୍ଚଳର ବିକାଶ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ । ଅଞ୍ଚଳବାସୀଙ୍କ ପକ୍ଷରୁ ସମର୍ଥନ ଦେଇ ନିର୍ବାଚନରେ ବିଜୟୀ କରାଇଥିବାରୁ କୃତଜ୍ଞତା ଜଣାଇଥିଲେ ।

jittmm
Leave A Reply

Your email address will not be published.