oom

ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗୋସୀୟା ଇଂରାଜୀ ମିଡିଅମ୍ ସ୍କୁଲ କଲେ ଉଦ୍‌ଘାଟନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ହିନ୍ଦୀ ହାଇସ୍କୁଲ କଡରେ ଖୋଲିଲା ଗୋସୀୟା ଇଂରାଜୀ ମିଡିଅମ୍‌ ସ୍କୁଲ । ବୁଧବାର ସକାଳେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନଙ୍କ କରକମଳରେ ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ କରିବା ପରେ ସଭା ଗୃହକୁ ମୁସଲିମ ସମ୍ପ୍ରଦାୟର ଲୋକେ ପାଛୋଟି ନେଇଥିଲେ । ସେଠାରେ ସ୍କୁଲ ମେନେଜ୍‌ମେଣ୍ଟ କମିଟି ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ର ବିଶିଷ୍ଠ ଆଇନଜୀବୀ ହାଜି ମହମ୍ମଦ ମୁମ୍ତାଜ୍ ଖାଁ, ସ୍କୁଲ ପରିଚାଳନା କମିଟିର ସଭାପତି ହିଫଜୁଲ ରେହେମାନ୍ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜୈନ ଯେଉଁମାନେ ନିଜ ପିଲାଙ୍କୁ ଇଂରାଜୀ ସ୍କୁଲରେ ପଢ଼ାଇବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇ ପାରୁନଥିଲେ ସେମାନେ ସିବିଏସ୍‌ଇ ପେଟେର୍ନରେ ଏଠାରେ ନିଜର ଛୁଆଙ୍କୁ ପାଠ ପଢ଼ାଇ ପାରିବେ ବୋଲି କହିବା ସହ ସ୍କୁଲ ପରିଚାଳନା କମିଟିକୁ ଶୁଭେଚ୍ଛା ଓ ଅଭିନନ୍ଦନ ଦେଇଥିଲେ । ଏହି ସ୍କୁଲର ଉଦ୍‌ଘାଟନ ସମାରୋହରେ ମହମ୍ମଦ ରିଆଜ, ମହମ୍ମଦ ସୋଏବ, ସେଖ ପିରୁ, ଅଜମଲ ଆସରଫି, ଗୁଡୁ ଖାଁ, ଏହେମଦ ଖାଁ, ଇଞ୍ଜିନିୟର ମହମ୍ମଦ ଆବାସ ଖାଁଙ୍କ ସମେତ କେଜିଏନ୍ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବିଧାୟକ ଶ୍ରୀ ଜୈନ ନିଜ ତରଫରୁ ଜ୍ୟୋମେଟ୍ରି ବକ୍ସ ଓ ପେନ୍‌ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.