oom

ପାଟଣାଗଡ଼ ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପାଟଣାଗଡ ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କୁ ସମୁଦାୟ ୧୯ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୧୪ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୫ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ୧୦ଟି ମାମଲାର ଶୁଣାଣିର ତୁରନ୍ତ ସମାଧାନ ହେଇଛି ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡ୍‌କ୍ରସ୍‌ ସହାୟତା ପାଇଁ କୌଣସି ଆବେଦନ ଆସିନଥିଲା । ଏହି ଶିବିରରେ ୨ ଜଣ ଭିନ୍ନକ୍ଷମଙ୍କୁ ୨ଟି ହୁଇଲ୍‌ ଚେୟାର ଏବଂ କୌତୁକ ବାଗ ନାମକ ଜଣେ ଛାତ୍ରଙ୍କୁ ଲ୍ୟାପ୍‌ଟପ୍‌ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ତାଙ୍କ ଏହି ଗସ୍ତରେ ପାଟଣାଗଡ଼ ବ୍ଲକ ଓ ଏନ୍‌ଏସି ବୁଲିଦେଖିଥିଲେ । ସେ ଗଂଜଉଦାରରେ ସରଂକ୍ଷିତ ନର୍ସରୀ, ଡ଼ୁଙ୍ଗୁରିମୁଣ୍ଡା ସହ ସ୍ମାର୍ଟପାର୍କ ଏବଂ ମଲ୍ଟି ପରପୋଜ୍‌ କମ୍ୟୁନିଟି ହଲ୍‌, ଉପଖଣ୍ଡ ମେଡ଼ିକାଲ୍‌, ମାଛ ମଞ୍ଜି ହ୍ୟାଚେରୀ, ବଥର୍ଲା ମାଛ ଚାଷ ପୋଖରୀ ବୁଲି ଦେଖିଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ପାଟଣାଗଡ଼ ଉପଜିଲ୍ଲାପାଳ ଅମିତ କୁମାର ନାୟକ, ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ)ସଚିଦାନନ୍ଦ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିଶ୍ଚାଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ, ଡିଏସ୍‌ଏସ୍‌ଓ ପ୍ରସନ୍ନଜିତ ହୋତା, ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମୁଖ୍ୟ ମତ୍ସ ଅଧିକାରୀ ଉମେଶ ଧରୁଆ, ଡ଼ିପିସି ମିଶନ ଶକ୍ତି ସୁମନ ଦ୍ଵିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ, ସ୍ନିଗ୍ଧାରାଣୀ ତ୍ରିପାଠୀ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.