oom

ଯୁବ ବ୍ୟବସାୟୀ ସ୍ୱର୍ଗତ ଦୀନବନ୍ଧୁଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଂଚାୟତ ଯୋରକଣୀ ଗ୍ରାମର ଯୁବ ବ୍ୟବସାୟୀ ଦିବ୍ୟଙ୍ଗତ ଦୀନବନ୍ଧୁ ବଳିୟାରସିଂହଙ୍କ ଏକାଦଶାହ ଉତ୍ସବ ପାଳନ ଅବସରରେ ରାଧାମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ବାସଭବନ ସମ୍ମୁଖରେ ଏକ ସ୍ମୃତି ଚାରଣ ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାର ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର, ସମିତି ସଭ୍ୟାଙ୍କ ପ୍ରତିନିଧି ରାଜକିଶୋର ବେହେରା, ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଲାଦ ବଳିୟାରସିଂହ, ସମ୍ପାଦକ ବେଣୁଧର ମଙ୍ଗରାଜ, ସଞ୍ଜୟ ପରିଡା, ପ୍ରଫୁଲ୍ଲ ଜେନା, ବାମଦେବ ଜେନା, ମୁସ୍ତାଜ ମହମ୍ମଦ, ନିଳେନ୍ଦ୍ରୀ ଜେନା, ଧୀରେନ୍ଦ୍ର ନାୟଜ, ଦୈତାରୀ ସାହୁ, ଲକ୍ଷ୍ମଣ ସାହୁ, ପୂର୍ଣ୍ଣ ଶତ୍ରୁଶଲ,ଏକାଦଶୀ ପରିଡା ଓ ଜ୍ୟେଷ୍ଠ ଭ୍ରାତା ଗୋପବନ୍ଧୁ ବଳିୟାରସିଂହଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ, ବ୍ୟବସାୟୀ ବନ୍ଧୁ, ସାଙ୍ଗସାଥି, ପରିବାର ବର୍ଗ ସାମିଲ ହୋଇ ସ୍ୱର୍ଗତ ଦୀନବନ୍ଧୁ ଜଣେ ବନ୍ଧୁ ବତ୍ସଳ, ପରୋପକାରୀ, ମେଳାପୀ ଓ ସାହାଯ୍ୟକାରୀ ଯୁବକ ଥିଲେ ବୋଲି କୋହଭରା କଣ୍ଠରେ ସ୍ମୃତି ଚାରଣ କରିଥିଲେ । ଏଥିସହିତ ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସଂତାପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.