କୁଟାସିଂହା – ପଟୁଆପାଲି ରାସ୍ତାର ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କାମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା-ପଟୁଆପାଲି ରାସ୍ତାର ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କରାଯାଉଥିବା ଦେଖାଯାଇଛି । କଂକ୍ରିଟ ରାସ୍ତା ଉପରେ ମାଟି ପକାଇବା କେତେ ଯୁକ୍ତିଯୁକ୍ତ ଏହା ଦେଖି ଲୋକେ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଅନୁସାରେ ଠିକାଦାର ଏହି ରାସ୍ତା ଉପରେ ୨ଟି ପୋଲ ନିର୍ମାଣ କରିଛନ୍ତି । ୨ଟି ଯାକ ପୋଲର ଉଭୟ ପାର୍ଶ୍ୱ କଂକ୍ରିଟ ନିମ୍ନମାନର କାମ ଯୋଗୁଁ ଦବି ଯାଇଥିଲା । ରାସ୍ତା ଦବି ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେବା ପୁଣି ଅଭିଯୋଗ ହେବାରୁ ଆଜି ଲୋକ ଲଗାଇ ମାଟି ପକାଇ ମରାମତି କରୁଛନ୍ତି ସମ୍ପୃକ୍ତ ଠିକାଦାର । ପୂଣି ବିନା ସୂଚନା ଫଳକରେ ଆର୍‌. ଡି. ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର କାମ ହେଉଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଥିବା କିଛି ଲୋକ କହୁଛନ୍ତି । ଏମିତି ନିମ୍ନମାନର କାମର ବହୁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନର ସ୍ଥାଣୁତା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁକରି ଏସବୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.