ସାଂସଦ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଭେଟିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ପାଇକମାଲ ବାସ ଭବନରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ସୋମବାର ସାକ୍ଷାତ କରି ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ହଠାତ୍‌ ସାମ୍ବାଦିକ ମାନଙ୍କୁ ତାଙ୍କ ବାସ ଭବନରେ ସାଂସଦ ଶ୍ରୀ ପୁରୋହିତ ଦେଖି ବହୁତ ଖୁସି ହୋଇଯାଇ ଥିଲେ ଓ ସମସ୍ତଙ୍କୁ ସ୍ୱାଗତ କରିବା ସହ ସେ ସବୁବେଳେ ମୁଁ ଆପଣ ମାନଙ୍କ ସାଥିରେ ଅଛି ବୋଲି କହିଥିଲେ । ସଂଘର ସଭାପତି ବଡ ଶତପଥି, ସମ୍ପାଦକ ରମେଶ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ସୁରଥ ସାହୁ, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.