ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଅସୀମର ରଙ୍ଗ ନୀଳ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷିଆନ ସାରସ୍ୱତ ସାଧକ ପଚାଶ ଖଣ୍ଡ ପୁସ୍ତକର ସ୍ରଷ୍ଟା ତଥା ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରିଆସୁଥିବା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଅସୀମର ରଙ୍ଗ ନୀଳ’ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ଅବସରରେ ସତ୍ୟବାଦୀର ବକୁଳ ବନ ସଂନିକଟ ଗୋପବନ୍ଧୁଙ୍କ ସମାଧିପୀଠରେ ଲୋକାର୍ପିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ସଭାପତି କବି ଗବେଷକ ଐତିହାସିକ ଭିମସେନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ଶିକ୍ଷକ କବି ଶିଶୁ ସାହିତ୍ୟିକ ଦିଗମ୍ବର ରଥ, କବୟିତ୍ରୀ, ଶିଶୁ ସାହିତ୍ୟିକା ସୁନନ୍ଦା ମହାନ୍ତି, ସାହିତ୍ୟିକ ବନମାଳୀ ବେହେରା, ଶିଶୁ ସାହିତ୍ୟିକ ନାଟ୍ୟକାର ଡ, ହେମନ୍ତ କୁମାର ଛୋଟରାୟ, ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକ, ଯୁବ ଶିଶୁ ସାହିତ୍ୟିକ ରଶ୍ମିରଂଜନ ସାହୁ, କବି ବିଶାଖା ଦେବୀ, କବୟିତ୍ରୀ ଶିଶୁ ସାହିତ୍ୟିକା ସୁଜାତା ଦେବୀ, ଗଜେନ୍ଦ୍ର ମହାପାତ୍ର, ଭୀମସେନ ବରାଳ, ପ୍ରକୃତି ବନ୍ଧୁ, ଶିଶୁ ସାହିତ୍ୟିକ ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରମୁଖ ଯୋଗଦେଇ ପୁସ୍ତକ ଲୋକାର୍ପଣ କରିଥିଲେ । ଶିଶୁ ସାହିତ୍ୟିକ ଦିଗାମ୍ବର ରଥ ପୁସ୍ତକରେ ଗଳ୍ପ ‘ଶୁଖିଲା ଉପଦେଶ’ ଓ ‘ଅସୀମର ରଙ୍ଗ ନୀଳ’ ପାଠ କରିବା ସହ ପୁସ୍ତକ ଟିକୁ ସମୀକ୍ଷା କରିଥିଲେ । ଲେଖକ ଶ୍ରୀଯୁକ୍ତ ପାଢ଼ୀ ମହାଶୟ ପୁସ୍ତକଟିରେ ସରଳ, ସାବଲୀଳ ଶବ୍ଦର ପ୍ରୟୋଗ କରି ଶିକ୍ଷଣୀୟ ଗଳ୍ପ ଲେଖିଥିବାରୁ ସମସ୍ତ ବର୍ଗର ପାଠକ ମାନଙ୍କୁ ପୁସ୍ତକଟି ଛୁଇଁବ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଏହି ଅବସରରେ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ଡେଲାଙ୍ଗ ତହସିଲ କାର୍ଯ୍ୟେୀଳୟ ପରିସରରୁ ବାହାରିଥିବା ବନମହୋତ୍ସବ ଅଭିଯାନକୁ ବ୍ୟାନର୍‌ ପ୍ରଦର୍ଶନ କରି ଅତିଥିମାନେ ସ୍ୱାଗତ କରିଥିଲେ । କବୟିତ୍ରୀ ତଥା ଶିଶୁ ସାହିତ୍ୟିକା ସୁନନ୍ଦା ମହାନ୍ତି ପୁସ୍ତକର ବହୁଳ ପ୍ରସାର ପାଇଁ ଲେଖକଙ୍କୁ ଧନ୍ୟବାଦ ଦେବା ସହ ପରିବେଶ ସୁରକ୍ଷା ପାଇଁ ହୃଷୀକେଶ ପାଢ଼ୀଙ୍କ ବନ ମହୋତ୍ସବ ଅଭିଯାନର ଭୂୟସୀ ପ୍ରଂଶସା କରି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.