ନୃସିଂହନାଥ ରଥଯାତ୍ରାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହରା କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରରେ ରବିବାର ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରଜ୍ଝହ୍ମଣ ସମାଜର କର୍ମକର୍ତ୍ତା ମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ ସୁନ୍ଦର ସାଜସଜ୍ଜା କରିଥିଲେ । ପୁଜା ପାଠ ନୈବେଦ୍ୟ ଅର୍ପଣ, ଆଳତି କରିପହଣ୍ଡିରେ ଠାକୁର ମାନଙ୍କୁ ରଥକୁ ଅଣାଯାଇଥିଲା । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହରା କରିଥିଲେ । ନୃସିଂହନାଥରୁ ଦୀର୍ଘ ୪ କିମି ରାସ୍ତାରେ ତିନି ଠାକୁରଙ୍କୁ ରଥରେ ବସାଇ ଟାଣି ଟାଣି ସଂନ୍ଧ୍ୟାରେ ପାଇକମାଲ ସ୍ଥିତ ମାଉସୀ ମା’ ମନ୍ଦିରକୁ ଅଣାଯାଇଛି । ଗରମ କମି ଯାଇଥିବାରୁ ଆଜି ଅପରାହ୍ନରେ ବହୁ ସଂଖ୍ୟରେ ଭକ୍ତମାନେ ରଥଯାତ୍ରାରେ ଯୋଗ ଦେଇଥିଲେ । ନୃସିଂହନାଥ ଅପରାହ୍ନ ୩ଟାରେ ବାହାରି ପାଇକମାଲକୁ ଦୁର୍ଗାପାଲି, ଦଣ୍ଡପାଟ ଓ ଜର୍ଜଗଡ଼, ନରସିଂହପଡା ଆଦି ଗ୍ରାମ ଦେଇ ରାସ୍ତା କଡ ମାନଙ୍କରେ ବିଭିନ୍ନ ଝୋଟି ଅଙ୍କାଯାଇ ପୂର୍ଣ୍ଣ କଳସରେ ପାଣି ରଖି ତିନି ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ଓ ଶିଶୁମାନଙ୍କୁ ରଥ ଛୁଆଁ ଯାଉଥିଲା । ସଂନ୍ଧ୍ୟା ୭ଟାରେ ତିନି ଠାକୁର ମାଉସୀ ମା’ ମନ୍ଦିର ବିଜେ ହୋଇଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତରଫରୁ ମଧୁର ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ ଆଜି ନୃସିଂହନାଥଙ୍କ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମୟ ମୁତାବକ ସେବାୟତ ତଥା ଭକ୍ତଙ୍କର ଦ୍ୱାରା ସମ୍ପାଦନ କରାଯାଇଥିଲା । ଏଥର ରଥଯାତ୍ରାରେ ବହୁତ ଭକ୍ତ ଏକତ୍ରିତ ହୋଇଥିବାବେଳେ ପାଞ୍ଚ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ ଓ ବହୁତ ସୁନ୍ଦର ଭାବରେ ରଥ ଟଣା ଆରମ୍ଭ ହୋଇଥିଲା ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.