csstore

ବେଲପଡାରେ ‘ଏକ ପେଡ୍‌ ମାଁ କେ ନାମ’ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପିଏଚ୍‌ସି ଠାରେ ‘ଏକ ପେଡ୍‌ ମାଁ କେ ନାମ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଡିକାଲ୍‌ ଅଫିସର ଡାକ୍ତର ଅମିର ମେହେର, ସମ୍ମାନିତ ଅତିଥି ଭାବରେ ଡାକ୍ତର ବିଶ୍ୱମ୍ଭର ମେହେର ଓ ଉଦ୍ୟାନ ବିଭାଗର ସୁଶିଳ ମେହେର ଉପସ୍ଥିତ ରହି ପ୍ରଥମେ ମୁଖ୍ୟ ଅତିଥି ତୁଳସୀ ଓ ଘ୍କୁତ କୁମାରୀ ଔଷଧୀୟ ଉଦ୍ଭିଦକୁ କୁଣ୍ଡରେ ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କରି ବ୍ୟକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜଙ୍ଗଲ ବିଭାଗରୁ ଅଣାଯାଇଥିବା ବିଭିନ୍ନ ଗଛ ଯଥା ଅଁଳା, ଅର୍ଜୁନ, ଆମ୍ବ ଇତ୍ୟାଦି ରୋପଣ କରାଯାଇଥିଲା । ସାମ୍ପ୍ରତିକ ସମୟରେ ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନ, ତାପମାତ୍ରାର ଅହେତୁକ ବ୍ୟଦ୍ଧି, ବିଶୁଦ୍ଧ ବାୟୁ ନିମନ୍ତେ ଗଛ ଲଗାଇବାକୁ ଅତିଥି ବ୍ୟନ୍ଦ ସମସ୍ତଙ୍କୁ ଅନୁରୋଧ କରିବା ସହିତ ନିଜ ଘରରୁ ହିଁ ଉଦ୍ଭିଦ ଠାରୁ ଆରମ୍ଭ କରି ବିଭିନ୍ନ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରମିକ ଶକ୍ତି ସଂଘର ଏପିସି ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀ ଓ ମହିଳା ସାମୂକ୍ଷ୍ୟ ଫାର୍ମର୍ସ ପ୍ରଡୁସର କଂପାନୀର ସି. ଇ. ଓ ସାନ୍ତନୁ ପୁଟେଲ ସଂଯୋଜନା କରିଥିଲେ । ବେଲପଡା ଜି. ପି. ଏଲ୍. ଏଫ୍.ର ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଓ. ଏଲ୍. ଏମ୍ / ମିଶନ ଶକ୍ତିର ସି. ଆର୍. ପି. ଲିଳାବତୀ ମେହେର, ଲଲିତା ସୁନା, ଶ୍ରମିକ ଶକ୍ତି ସଂଘର କର୍ମୀ ଯଥା ତପନ, ମଧ୍ୟଚନ୍ଦ୍ର, ପରେଶ, ମଦନ, ଦୁର୍ଗେସଙ୍କ ସହିତ ଏଟେଣ୍ଡେଣ୍ଟ କେଦାର ଓ ସୁରକ୍ଷା କର୍ମୀ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଶ୍ରମିକ ଶକ୍ତି ସଂଘ ତରଫରୁ ଗଛ ଲଗାଇବା ସହିତ ଗଛର ସୁରକ୍ଷା ପାଇଁ ଦୀର୍ଘ ଦିନରୁ କାର୍ଯ୍ୟ କରିଆସୁଛି ।

jayashree
Leave A Reply

Your email address will not be published.