ମଦନପୁର ଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ବହୁ ଭକ୍ତଙ୍କ ଭିଡରେ ଗଡ଼ପଡା କୀର୍ତ୍ତନମଣ୍ଡଳୀ ବାଜା ଓ ମୃଦଙ୍ଗର ତାଳେ ତାଳେ ପାଳିତ ହୋଇଯାଇଛି ରଥଯାତ୍ରା, ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ ଓ କାଳୀ ପ୍ରସାଦପାଢ଼ୀ ସେବାୟତ ରୂପେ ସୂର୍ଯ୍ୟମଣି ପଣ୍ଡା, ଅଜିତ ପାଢ଼ୀ, କ୍ଷେତ୍ରମଣି ସିଙ୍ଗ, ସସିକାନ୍ତ ଚୀନ୍ଦା, ଦେବାଶିଷ ମିଶ୍ର, ନୀଳାଚଳ ସିଂ, ମନୁ ଦିହାରି, ଭୋଲେନାଥ ସିଂ ଓ ଗେଥଲ ରଣା ପ୍ରମୁଖ ସହଯୋଗ କରିଥିଲେ । ସମ୍ପୂର୍ଣ୍ଣ ତଦାରଖ କରିଥିଲେ ସହଦେବ ପାଢ଼ୀ ଓ ହରି ନାଥ ହେରନା । ତିନି ଠାକୁର ମଦନପୁର, ନରିଆପଡା ଦୟାମୟ କ୍ଲବ ଅସ୍ଥାୟୀ ମାଉସୀ ମନ୍ଦିରରେ ବିରାଜମାନ କରିଥିଲେ । ଓସ୍ୱା ଫାଉଣ୍ଡେସନ୍‌ ଓ ସୁନୀଲ ଧଂଙ୍ଗଡା ମାଝୀ, ଅମୀୟ ପୁଝାରୀ, ରାଜେନ୍ଦ୍ର ରଣା, ସୁନୀଲ ଦାସ, ପିତାମ୍ବର ବିଶି, କୈଳାସ ବିଶି, ଘନଶ୍ୟାମ ପାତ୍ର, ଚିତ୍ତରଞ୍ଜନ ପୁଝାରୀ, ଦୟାନିଧି ରଣା, ବବିତା ରଣା, ଦୀପଞ୍ଜଳି ବିଶି, କାନ୍ତି ରଣା, ନିରୂପମା ବିଶି, ମଞ୍ଜୁ ବିଶି, ଲିଜା ପଧାନ, ପୁରୁଷୋତ୍ତମ ମାଝୀ ଯୁବଗୋଷ୍ଠୀ ସହଯୋଗରେ ସମସ୍ତ ଭକ୍ତ ମାନଙ୍କୁ ଅଭଡ଼ା ଓ ସରବତ ବଣ୍ଟନ କରି ଥିଲେ । ସେହି ଭଳି, ମ.ରାମପୁର, କଢେଲ, ବାଲିଗୁଡା, ଗୋଛାଡେଙ୍ଗେନ, ମୋହନଗିରି ଠାରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.